ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସମୂହର ପ୍ରଧାନ ଶିକ୍ଷକ ଓ କିରାଣୀମାନଙ୍କ ସମବେତ ବୈଠକ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ୧୭୯ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଓ କିରାଣୀମାନଙ୍କ ଉପସ୍ଥିତିରେ ଏକ ବୈଠକ ବ୍ରହ୍ମପୁର ସ୍ଥିତ ‘ଦି ମଦର ଇଣ୍ଟେରନେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ’ ପରିସରରେ ଅନୁଷ୍ଠିତ ହୋଇଥିଲା I ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ପ୍ରଧାନ ଶିକ୍ଷକ, SCPM ଉଚ୍ଚ ବିଦ୍ୟାଳୟ, ଗାଙ୍ଗପୁରଙ୍କ ପୌରହିତ୍ୟରେ ଏବଂ ଶ୍ରୀ ରଞ୍ଜନ କୁମାର ସାହୁ, ପ୍ରଧାନ ଶିକ୍ଷକ, ଗୋପୀନାଥ ଉଚ୍ଚ ବିଦ୍ୟାପୀଠ, ବର୍ତ୍ତିନିଙ୍କ ସଭାପତିତ୍ୱରେ ଏହି ସଭାରେ ମୁଖ୍ୟ ଅତିଥି ରୂପେ ଉକ୍ତ ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଲଲାଟେନ୍ଦୁ ସାମନ୍ତ ଓ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଅଡିଟର ଶ୍ରୀ ପିତାମ୍ବର ପଣ୍ଡା ଯୋଗଦେଇ ଥିଲେ I ଶ୍ରୀ ପଣ୍ଡା ଏହି ସଭାରେ SR (ସେବା ପୁସ୍ତକ), ଅଫିସ କାର୍ଯ୍ୟ ତଥା କ୍ୟାସବୁକ ସମ୍ୱନ୍ଧରେ ଦିଗଦର୍ଶନ ଦେଇଥିଲେ I ଜିଲ୍ଲାର ପ୍ରମୁଖ ପ୍ରଧାନ ଶିକ୍ଷକ ଗଣ ଯଥା ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଶ୍ରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ଶ୍ରୀ ବିପ୍ର ଚରଣ ସାହୁ, ଶ୍ରୀ ଦେବରାଜ ସାହୁ, ଶ୍ରୀ ଅଶୋକ କୁମାର ବେହେରୁକ, ଶ୍ରୀ ରମେଶ ଚନ୍ଦ୍ର ସାହୁ, ଶ୍ରୀ ବିଜୟ କୁମାର ମହାରଣା, ଶ୍ରୀ ଦ୍ୱାରିକା ନାଥ ମିଶ୍ର, ଶ୍ରୀ ଶକ୍ତି ପ୍ରସାଦ ମହାପାତ୍ର, ଶ୍ରୀ କେଦାରନାଥ ପଟ୍ଟନାୟକ, ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନଶିକ୍ଷକ ଓ କିରାଣୀ ମାନଙ୍କ ପଦୋନ୍ନତି, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, କିରାଣୀ ମାନଙ୍କ କମ୍ପୁଟର ଓ ବିଦ୍ୟାଳୟ କାର୍ଯ୍ୟ ପ୍ରଶିକ୍ଷଣ ଆୟୋଜନ ତଥା ବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ମତ ପୋଷଣ କରିଥିଲେ I ଉପରୋକ୍ତ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟିବା ନିମନ୍ତେ ଏକ ୧୧ ଜଣିଆ କମିଟି ଗଠନ କରାଗଲା I ଦରମା ପ୍ରଦାନ ଓ ବିଦ୍ୟାଳୟ କାର୍ଯ୍ୟ ନିମନ୍ତେ ଏକ software ତଥା Website ଖୋଲିବା ପାଇଁ ନିଷ୍ପତି ନିଆଗଲା I ଶେଷରେ କିରାଣୀ ସଂଘର ଜିଲ୍ଲା ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ପାଢୀ, ରଘୁନାଥ ବିଦ୍ୟାପୀଠ, ବେଲଗାଁ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ