ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ

ଛତ୍ରପୁର, (ଓ୍ବାଇଏନଏସ) : ଆଜି ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ସମେତ ବିଭିନ୍ନ ଗ୍ରାମାଂଚଳ ଓ ସହରାଂଚଳ ମାନଙ୍କରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ମାନଙ୍କରେ ରଥ ଯାତ୍ରାକୁ ଧୁମଧାମ ରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମଙ୍ଗଳ ଆଳତି କରାଯାଇଥିଲା ।  ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଉପବେସନ କରାଯାଇଥିଲା । ପରେ ମନ୍ଦିରର ରାଜା ଶ୍ରୀ କୈଳାଶ ଚନ୍ଦ୍ର ଦେଓ ରଥରେ ଛେରା ପହଁରା କରିଥଲେ । ପରେ ରଥ ଉପରେ ଶ୍ରୀ ଜିଉଙ୍କ ଆଳତି କରାଯାଇଥିଲା । ଅପରାହ୍ନ ରେ ରଥ ମନ୍ଦିର ପରିସରରୁ ବାହାରି ମଝି ବଜାର ସ୍ଥିତ ମାଉସୀ ମା ମନ୍ଦିର ନିକଟରେ ପହଂଚିଥିଲା । ରଥ ସମ୍ମୁଖରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବେଶ ଧାରୀ ମାନେ ରଣପ୍ପା ନୃତ୍ୟ ପରିବେଷଣ କରିଥିଲେ l ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଙ୍କ ଦର୍ଶନ କରିବା ସହିତ ଏହି ବେସଧାରୀ ଙ୍କ ରଣପ୍ପା ନୃତ୍ୟ ଦେଖି ଆତ୍ମ ବିଭୋର ହୋଇ ପଡ଼ିଥିଲେ l ପରେ ଆଡପ ମଣ୍ଡପ ସମ୍ମୁଖରେ ପ୍ରବଳ ଭକ୍ତଙ୍କ ସମାଗମ ସହ ଶଙ୍ଖନାଦ, ଘଣ୍ଟ ବାଦ୍ୟ ଏବଂ ବିଭିନ୍ନ ବାଜ୍ୟ ବାଜଣା ରେ  ପୁଣି ଶ୍ରୀ ଜିଉଙ୍କ ଆଳତି ଓ ରିତୀନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଉସୀ ମା ମନ୍ଦିରକୁ ତିନି ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଥିଲା ।  ସନ୍ଧ୍ୟାରେ ବହୁ ଭକ୍ତ ମାଉସୀ ମା ମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ । ସେହିପରି ଛତ୍ରପୁର ସହରରେ ଥିବା ଦାସିରି ଜଗନ୍ନାଥ ମନ୍ଦିର, ଅପର ବସଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିର, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି, ନରେନ୍ଦ୍ରପୁର, ଲଣ୍ଡାବାଉଁଶ ଭଳି ବିଭିନ୍ନ ଗ୍ରାମରେ ମଧ୍ୟ ରଥଯାତ୍ରା ମହା ଆଡମ୍ଭର ସହକାରେ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ