ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରଛାତ୍ରୀ
ଛତ୍ରପୁର,(ଓ୍ବାଇଏନଏସ) : ଛତିଶଗଡରେ ଚମକିବେ ୟୁରୋ ସ୍କୁଲ ର ଛାତ୍ରଛାତ୍ରୀ l ଛତିଶଗଡ଼ ଭିଲାଇ ଠାରେ ୧୭ ଠୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ୟୁରୋ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ଏନେଇ ଗୁରୁବାର ୟୁରୋ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀମାନେ ଛତିଶଗଡ ଅଭିମୁଖେ ଗ୍ରସ୍ତ କରିଛନ୍ତି l ସ୍କୁଲ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ଓ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି l ଖେଳ ଶିକ୍ଷକ ପି. ଅଭିମନ୍ୟୁ ରେଡ୍ଡୀ ଓ କେ. ସ୍ୱପ୍ନାରାଣୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କୁ ଗାଇଡ଼ ମାଧ୍ୟମରେ ଦାୟିତ୍ୱର ସହ ଛତିଶଗଡ ଅଭିମୁଖେ ଯାତ୍ରା କରିଛନ୍ତି । ୟୁରୋ ସ୍କୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବାହାର ରାଜ୍ୟକୁ ଖେଳିବା ପାଇଁ ଯାଉଥିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଖୁସି ଜାହିର କରିଛନ୍ତି l ଏହାସହ ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନ ଦ୍ୱାରା ପରିଚାଳିତ ୟୁରୋ ସ୍କୁଲରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକରେ ଉଦ୍ୟମ ଜାରି ରଖାଯାଇଛି । ଏହାସହ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନକୁ ଆଣିବାରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଏବଂ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ଦିଗରେ ଛାତ୍ରଛାତ୍ରୀଙ୍କ ପାଇଁ ଅଭିନବ ପ୍ରୟାସ ୟୁରୋ ସ୍କୁଲ ମ୍ୟାନେଜମେଣ୍ଟ ପକ୍ଷରୁ ହାତକୁ ନିଆଯାଉଛି l ଆଜି ପ୍ରଥମ ଥର ପାଇଁ ସ୍ଥାନୀୟ ଅଞ୍ଚଳର ସିବିଏସଇ ଛାତ୍ରଛାତ୍ରୀମାନେ ଅଲଇଣ୍ଡିଆ ପ୍ରତିଯୋଗିତା ପାଇଁ ବାହାର ରାଜ୍ୟକୁ ଗ୍ରସ୍ତ କରିଛନ୍ତି l ଅଭିଭାବକମାନେ ବେଶ୍ ଉତ୍ସାହିତ ହୋଇଥିବା ସହିତ ସ୍କୁଲ୍ ମ୍ୟାନେଜମେଂଟକୁ କୃତଜ୍ଞତା ଜଣାଇଛନ୍ତି ।


