ଡକାୟତର ସନ୍ଧାନରେ ଆନ୍ଧ୍ର ପୋଲିସର ପୋଷ୍ଟର ଜାରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ରାତ୍ରବେଳା ଘର,ଦୋକାନ,ବ୍ୟବସାୟୀ ଅନୁଷ୍ଠାନ ଆଦିରେ ପଡିଥିବା ଚାବିକୁ ଭାଙ୍ଗି ଲୁଟି ନେଉଥିବା ଜଣେ ଡକାୟତର ସନ୍ଧାନରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନାର ପଡୋଶୀ ଆନ୍ଧ୍ର ପୁରୁଣାପାଟଣା ଥାନା ପୋଲିସ ପୋଷ୍ଟର ଜାରି କରିଛନ୍ତି । ଏହି ପୋଷ୍ଟର ଦ୍ୱାରା ଆନ୍ଧ୍ର ପୋଲିସ ସୁଚନା ଦେଇଛନ୍ତି ଯେ,ସହମ୍ମଦ ମିଜାନ ନାମକ ଏହି ଚୋର ରାତ୍ରବେଳା ପୁରୁଣାପାଟଣା ଗ୍ରାମ ଅଞ୍ଚଳରେ ଘର,ଦୋକାନ,ବ୍ୟବସାୟୀ ଅନୁଷ୍ଠାନ ଆଦିରେ ପଡିଥିବା ଚାବିକୁ ଭାଙ୍ଗି ଲୁଟି ନେଉଥିବା ଏହି ଡକାୟତ ପ୍ରତି ସମସ୍ତେ ସାବଧାନ ରୁହନ୍ତୁ । ଏହି ଲୁଟେରାର କୌଣସି ସୁଚନା ଯେ କୌଣସି ବ୍ୟକ୍ତି ପାଇଲେ ପୁରୁଣାପାଟଣା ଥାନା ଅଧିକାରୀ ୦୮୯୪୬୨୫୫୧୩୩,ପାଲକଣ୍ଡା ଡିଏସପି ୬୩୦୯୯୯୦୮୦୬ ଏବଂ ପୁରୁଣାପାଟଣା ସିଆଇ ୦୮୯୪୬୨୫୫୧୪୬ ଏହି ନମ୍ବର ଗୁଡିକ ଦ୍ୱାରା ଜଣାଇବା ପାଇଁ ପୋଷ୍ଟର ଦ୍ୱାରା ଅନୁରୋଧ କରାଯାଇଛି । ସୁଚନା ଦେବା ବ୍ୟକ୍ତିଙ୍କ ନାମ ଓ ମୋବାଇଲ ନମ୍ବର ଆଦିକୁ ସମ୍ପୁର୍ଣ୍ଣ ଗୋପନ ରଖାଯିବା ଏଥିରେ ସ୍ପଷ୍ଟ ରହିଛି । ପୁରୁଣାପାଟଣା ଗ୍ରାମଟି ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୧କିମି ଦୁରରେ ଅବସ୍ଥିତ । ତେଣୁ ଏହି ଲୁଟେରା ପାରଳାଖେମୁଣ୍ଡି ସହରରେ ମଧ୍ୟ ବିଭିନ୍ନ ଭାବେ ଡକାୟତି ଉଦ୍ୟମ କରିପାରେ ବୋଲି ଆନ୍ଧ୍ର ପୋଲିସ ସୁଚନା ଦେଇ ଆନ୍ଧ୍ର ସୀମାନ୍ତରେ ଥିବା ପାରଳା ସହରବାସୀ ଏହି ଲୁଟେରା ପ୍ରତି ସତର୍କ ରହିବା ସହ ଏହାର କୌଣସି ସୁଚନା ମିଳିଲେ ପାରଳାଖେମୁଣ୍ଡି ପୋଲିସ ସହ ପୁରୁଣାପାଟଣା ଆନ୍ଧ୍ର ପୋଲିସକୁ ମଧ୍ୟ ଦିଆଯାଇ ଥିବା ନମ୍ବରରେ ସୁଚନା ଦେବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ