ଫନୀ ପାଇଁ ହାଇଆଲର୍ଟ ଜାରୀ କଲେ ରାଜ୍ୟସରକାର
ଚଳିତ ବର୍ଷ ଓଡିଶା ପ୍ରଥମ ସାମୁଦ୍ରିକ ଝଡ ଫନୀ କୁ ସାମ୍ନା କରିବାକୁ ଯାଉଛି । ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିୁମ ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନୀ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅତିକ୍ରମ କରି ବୁଧବାର ସକାଳ ସୁଦ୍ଧା ପୁରୀ ଠାରୁୂ ୬୬୦ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଓ ବିଶାଖାପାଟନା ଠାରୁ ୪୦୦ କିଲୋମିଟର ଦୁର ଦକ୍ଷିଣ ପୂର୍ବ ଦିଗରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ପରେ ଏହି ସାମୁଦ୍ରିକ ଝଡ ଉତ୍ତର ପୂର୍ବ ଅତିିକ୍ରମ କରି ଶୁକ୍ରବାର ଅପରାହ୍ନ ରେ ସୁଦ୍ଧା ଗୋପାଳପୁର ଓ ଚାନ୍ଦବାଲି ଦେଇ ଓଡିଶା ଉପକୁଳ ଦେଇ ଓଡିଶା ଦେଇ ଅତିିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୭୫ ରୁ ୧୮୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ବହିବାର ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅଳ୍ପକେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଶେଷ କରି ଉପକୁଳବର୍ତ୍ତୀ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ଏହି ସାମୁଦ୍ରିକ ଝଡର ପ୍ରଭାବ ରହିବ ବୋଲି ରାଜ୍ୟସରକାର ପୂବାନୁମାନ କରୁଛନ୍ତିି । ପ୍ରଶାସନ ତରଫରୁ ଲୋକ ମାନଙ୍କୁ ସଚେତନ କରିବା ସହିତ ଗଞ୍ଜାମ ,ଖୋର୍ଦ୍ଧା ,ପୁରୀ ,ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ସରକାର ସତର୍କ କରାଇଛନ୍ତି ।