ଟ୍ୟାକ୍ସି ୟୁନିଅନ୍ ବୈଠକ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘବର୍ଷ ଧରି ଟ୍ୟାକ୍ସି ଚଳାଇ ପରିବାର ପୋଷଣ କରିଥୁବା ଶତାଧିକ ଶ୍ରମିକ ମାନଙ୍କୁ ନେଇ ଗୁରୁବାର ବ୍ରହ୍ମପୁର ବାରକ୍ସ ଟ୍ୟାକ୍ସି ୟୁନିଅନ ନାମରେ ଏକ ସଂଗଠନ ଗଠନ କରାଯାଇଛି । ୟୁନିଅନର ପ୍ରଥମ ବୈଠକରେ ଗଂଜାମ ଜିଲ୍ଲା ରାଷ୍ଟ୍ରିୟ ମଜଦୁର ସଂଘର ଜିଲ୍ଲାସଭାପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱ କରିଥିଲେ । ଶ୍ରିମକ ମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଘରୋଇ ଟ୍ୟାକ୍ସ ଗୁଡିକୁ ବ୍ୟବସାୟିକ ଉଦ୍ଦ୍ୟେରେ ବ୍ୟବହାର କରାଯାଉଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏନେଇ ସଂଘ ଛତ୍ରପୁର ଆଞ୍ଚଳିକ ପରିବହନଙ୍କ ସହ ଆଲୋଚନା କରାଯିବା ନେଇ ନିସ୍ପତି ନିଆଯାଇଛି । ଏହା ସହିତ ସଂଘର ସଦସ୍ୟ ମାନଙ୍କୁ ସାମାଜିକ ସୁରକ୍ଷା,ଜୀବନବୀମା ଭୁକ୍ତ କରିବା ସହ ତୁରନ୍ତ ଟ୍ୟାକ୍ସି ଷ୍ଟାଣ୍ଡା ପାଇଁ ସରକାର ଜାଗା ଯୋଗାଇ ଦେବାକୁ ବୈଠକରେ ଦାବୀ କରାଯାଇଥିଲା । ସର୍ବସମ୍ମତି କ୍ରମେ ଶ୍ରୀ ପୀତବାସ ପଣ୍ଡାଙ୍କୁ ସଂଘର ସଭାପତି ଚୟନ କରାଯିବା ସହ ଶିବାରାମ ସାହୁ ଉପସଭାପତି,କାର୍ଯ୍ୟକାରୀ ସଭାପତି ନିରଂଜନ ବେହେରା,ସଂପାଦକ ବାବୁଲା ପାତ୍ର,ସହସଂପାଦକ ପ୍ରମୋଦ ପଣ୍ଡା,କୋଷାଧକ୍ଷ ଭାବେ ରଞ୍ଜନ ପଣ୍ଡା,ଆଇନ୍‌ଉପଦେଷ୍ଟା ଭାବେ ଶ୍ରୀନିବାସ ଦାସ ମନୋନୀତ ହେବା ସହ ଏକ ସାତ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ