ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ ସଭା

ବନ୍ତ,(ଯୁଗାବ୍ଦ ନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମନ୍ଦରଧର ସାହୁଙ୍କ ଉଦ୍ଦେଶ୍ୟରେ ଗଣିଜାଙ୍ଗ ବଜାର କମିଟି ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଗଣିଜାଙ୍ଗ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବଜାର କମିଟିର ସଭାପତି ହୃଦାନନ୍ଦ ଘଡେଇ, ସଂପାଦକ ରାମ ଚନ୍ଦ୍ର ପଣ୍ଡା, ସମାଜସେବୀ ଭୀମସେନ ସାମଲ, ପ୍ରାକ୍ତନ ସରପଞ୍ଚ ସୁବାଷ ମଲ୍ଲିକ, ପଦ୍ମନାଭ ପତି, ପୁରାତନ ଛାତ୍ର ସଂସଦ ସଭାପତି ନିତ୍ୟାନନ୍ଦ ଜେନା, ଭାସ୍କର ଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ରମାକାନ୍ତ ରାଉତ, ପଞ୍ଚାନନ ପ୍ରଧାନ, ନିରଞ୍ଜନ ପାଢୀ, ରଘୁନାଥ ଦାସ, ଗଦାଧର ପଣ୍ଡା, ନିଳକଣ୍ଠ ପଣ୍ଡା, ସୁବାଷ ଚନ୍ଦ୍ର ବେହେରା, ହରିହର ଧଳ, ରାମ ଚନ୍ଦ୍ର ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ଅଶୋକ ବାରିକ, ଶ୍ରୀକାନ୍ତ ପଣ୍ଡା ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଜାରର କମିଟିର ସମସ୍ତ ସଦସ୍ୟଙ୍କ ସମେତ ପୁରାତନ ଛାତ୍ର ସଂସଦର ସଭ୍ୟ ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ