ଭାଇରାଲ୍ ହେଉଛି ଆଦିତ୍ୟ ଓ ନେହାଙ୍କ କେମେଷ୍ଟ୍ରି
ମୁମ୍ବାଇ: ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି। ଯାହାର ନାଁ ରହିଛି ‘ଗୋଆ ବିଚ୍’। ‘ଗୋଆ ବିଚ୍’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଏହାର ଶୁଟିଂ ଗୋଆର ସମୁଦ୍ରକୂଳରେ ହୋଇଛି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଦୁହିଁଙ୍କୁ ଏଥିରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ତେବେ ଏମାନଙ୍କ ବ୍ୟତୀତ ଗୀତରେ ଅଭିନେତ୍ରୀ କେଟ୍ କ୍ରିଶ୍ଚିୟନ୍ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ ଏହି ଗୀତଟି ପ୍ରଥମେ ଫେବୃଆରୀ ୧୦ରେ ରିଲିଜ୍ ହେବାର ଥିଲା। ହେଲେ କିଛି ସମସ୍ୟା ହେବାରୁ ଏହାକୁ ସେଦିନ ରିଲିଜ୍ କରାଯାଇପାରିଲା ନାହିଁ। ହେଲେ ୨୪ ଘଣ୍ଟା ପରେ ଅର୍ଥାତ ବୁଧବାର ଏହା ରିଲିଜ୍ ହୋଇଗଲା। ରିଲିଜରେ ବିଳମ୍ବ ହେବା କାରଣରୁ ନେହା ନିଜ ସୋଶାଲ୍ ମିଡିଆ ଆକାଉଣ୍ଟ ଜରିଆରେ କ୍ଷମା ମଧ୍ୟ ମାଗିଥିଲେ।


