ବାଇକ ଓ କାର ଧକ୍କା: ସ୍ୱାମୀ ଓ ସ୍ତ୍ରୀ ମୃତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): କଲ୍ୟାଣସିଂହପୁର ବ୍ଲକର ଶିକର ପାଇ ବେଲକଣା ମୁଖ୍ୟ ୪୫ ରାଜ୍ୟ ରାସ୍ତାର କୃଷ୍ଣ ନଗର ନିକଟରେ ବାଇକ ଓ କାର ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଆଜି ପ୍ରାୟ ଦଶଟା ସମୟରେ କଲ୍ୟାଣସିଂହପୁର ଠାରୁ ରାୟଗଡା ଯାଉଥିବା ଏକ କାର ଓ ସମୁନା ପଟୁ ଆସୁଥିବା ଏକ ବାଇକ ମଧ୍ୟରେ ଧକା ହେବାରୁ ବାଇକରେ ଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। କୋଲନରା ବ୍ଲକ ତାଣ୍ଡିପୁର ଗ୍ରାମର ଦେବ ଭତ୍ରିଆ (୪୩)ନିଜ ସ୍ତ୍ରୀ ଶୁକନ୍ତଳା ଭତ୍ରିଆ( ୩୯)ଘଟଣା ସ୍ତଲରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। କାର ଧକଡେଇ ଧୃତ ଗତିରେ ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଧରି ଥିବା ବେଳେ ଡ୍ରାଇଭର ଫେରାର ହୋଇ ପାହାଡ଼ ଉପରକୁ ଚାଲି ଯାଇଥିବାରୁ କାବୁ କରି ପାରିଲେ ନାହିଁ ଲୋକେ। କାର ଓଡି ୦୨ଜି ୫୯୫୭ ଗୋଇଥିବା ବେଳେ ବାଇକର ସମ୍ପୂର୍ଣ ଗୁଣ୍ଡ ହୋଇଥିବାରୁ କିଛି ଦେଖା ଯାଉନି। ଘଟଣା ଘଟିବାପରେ ଅଗ୍ନିଶମ ବାହିନୀ ଘଟଣା ସତଳେ ପହଁଚି ଉଦ୍ଧାର କରିଥିବା ବେଳେ ପୋଲିସ ପହଁଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ମୃତକ ଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଛି।ଥାନା ଅଧିକାରିଣୀ କଳ୍ପନା ବେହେରା ଘଟଣା ସ୍ଥଳେ ପହଁଚି ଶବ, କାର,ବାଇକ ଜବତ କରି ତଦନ୍ତ କରୁଥିବା ଜଣା ପଡିଛି।ଏହାକୁ ନେଇ ଘଟଣା ସ୍ଥଳରେ କ୍ଷତି ପୂରଣ ଦାବିରେ ଉତ୍ତେଜନା ସୃଷ୍ଠି ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବା ଜଣା ପଡିଛି।


