ବିନୟ ସୁସ୍ଥ, ଯାଚିକା ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଯାଚିକା ଏବଂ ରାଜକ୍ଷମା କ୍ୟୁରେଟିଭ୍‌ ଯାଚିକା ଖାରଜ ହେବା ପରେ ବିନୟ ମାନସିକ ଭାବରେ ଅସୁସ୍ଥ ଥିବା ନେଇ ଅନ୍ୟ ଏକ ଯାଚିକା ଦାଖଲ କରାଯାଇଥିଲା । ଶୁକ୍ରବାର ସୁପ୍ରିମକୋର୍ଟରେ ବିନୟ ଶର୍ମାଙ୍କ ଆବେଦନ ଖାରଜ କରାଯାଇଛି । ଗତକାଲି ରାଜକ୍ଷମା ବିରୋଧରେ ଦାଖଲ କରାଯାଇଥିବା କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରାଯାଇଥିଲା । ରାଜକ୍ଷମା ଆବେଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଗୃହ ବିଭାଗର ଅନୁମତି ନଥିବା ଦର୍ଶାଇ ଗତକାଲି ବିନୟ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । ଆଜିର ଯାଚିକା ଖାରଜ ହେବା ସହିତ ବିନୟର ଫାଶୀ ପୂର୍ବର ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ