ପାପୀ ଲୋକଙ୍କଠୁ ଦୂରେଇଯାଏ ଝରଣା

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଅନେକ ରହସ୍ୟ । ଏହା ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ବିଶ୍ୱାସ ଓ ସଂସ୍କୃତିକୁ ସୁଦୃଢ଼ କରିଥାଏ । ବଦ୍ରିନାଥଠାରୁ ୮ କିଲୋମିଟର ଦୂରରେ ରହିଛି ବସୁନ୍ଧରା ଝରଣା । ଏହି ଝରଣା ବେଶ୍ ରହସ୍ୟମୟ । ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଏହି ଝରଣା ପାପ କରିଥିବା ଲୋକଙ୍କଠାରୁ ଦୂରେଇଯାଏ । ଯେତେ ପାଖକୁ ଗଲେ ମଧ୍ୟ ଝରଣା ପାଣି ଦୂରେଇବାରେ ଲାଗେ । ଅପରପକ୍ଷରେ ପୁଣ୍ୟ କରିଥିବା ଲୋକଙ୍କ ମୁଣ୍ଡରେ ଝରଣାର ଜଳ ଅଜାଡ଼ି ହୋଇପଡ଼େ । ଝରଣାର ପାଣି ପ୍ରାୟ ୪ ଶହ ଫୁଟ ଉଚ୍ଚରୁ ତଳେ ପଡ଼ିଥାଏ । ଲୋକେ କୁହନ୍ତି ପାଣ୍ଡବ ପାଞ୍ଚ ଭାଇଙ୍କ ମଧ୍ୟରୁ ଏଠାରେ ସହଦେବ ପ୍ରାଣତ୍ୟାଗ କରିଥିଲେ । ଝରଣା ପାଣି ସ୍ୱତଃପ୍ରବୃତ୍ତ ଭାବେ ଯେଉଁ ବ୍ୟକ୍ତିଙ୍କ ଉପରେ ପଡ଼େ ସେ ପୁଣ୍ୟାତ୍ମା ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ଝରଣା ପାଣି ଯେଉଁ ଲୋକଙ୍କ ଉପରେ ପଡ଼େ ସେମାନେ ଜୀବନସାରା ନିରୋଗ ରହୁଥିବା ଲୋକେ କୁହନ୍ତି । ପ୍ରତିବର୍ଷ ଏଠାରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ