ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଏଡିଜିପିଙ୍କ ସ୍ଥିତି ସମୀକ୍ଷା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ଵାଳ): ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ ନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ସମେତ ରାଜ୍ୟ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀମାନେ ରାଇରଙ୍ଗପୁର ସମେତ ,ଦାଣ୍ଡଵୋଷ,ପାହାଡ଼ପୁର ଗସ୍ତ ସମସ୍ତ ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି । ଏଥିରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ବରିଷ୍ଠ ବିଜେପି ନେତା ନଵୀନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ,ମନ୍ତ୍ରୀ , ରାଜ୍ୟ ପୋଲିସ ବିଭାଗର ରାଜ୍ୟ ଏଡିଜିପି,ରେଲଓ୍ଵେ ଓ କୋଷ୍ଟାଲ ସିକ୍ଯୁରିଟିର ଅରୁଣ ଵୋଥ୍ରା,ଡିଜିପି ଏସ୍ ପ୍ରବୀଣ କୁମାର,ଡିଜିପି ସିଆଡି- ସିବି,କଟକ ର ବାତୁଲା ଗଙ୍ଗାଧର ଏଵଂ ମୟୂରଭଂଜ ଜିଲ୍ଲା ଏସପି ବରୁଣ ଗୁଣ୍ଟୁପାଲିଙ୍କ ସମେତ ସ୍ଥାନୀୟ ପୋଲିସର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ.


