ରଜ ମହୋତ୍ସବ ପାଳିତ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଗ୍ରାମରେ ରଜ ମୋହତ୍ସବ ପାଳନ ହୋଇ ଯାଇଛି । ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଏହି ପର୍ବ ର ଶୁଭାରମ୍ଭ କରିଥିଲେ । ଆଜି ପହିଲି ରଜ ଉପଲକ୍ଷେ ଗ୍ରାମର କୁନି କୁନି ଝିଅ ମାନେ ବହୁତ୍ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଏହି ପର୍ବ ତିନି ଦିନ ଧରି ଚାଲିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଦୁଇ କୁନି ଝିଅ ଜାଗୃତି ଗୌଡ଼ ଓ ଶୁଭଶ୍ରୀ ମହାନ୍ତିଙ୍କ କର କମଳରେ ଦୁଇଟି ରଜଦୋଳିକୁ ପ୍ରଥମେ ଖେଳିବା ସହ ଝିଅ ମାନଙ୍କ ଦ୍ୱାରା କେକ୍ ମଧ୍ୟ କଟା ଯାଇଥିଲା । ଏହି ତିନିଦିନ ରଜଦୋଳି ଖେଳିବା ସହିତ ବିଭିନ୍ନ ପ୍ରକାରର ନାଚ ଓ ଗୀତର ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି । ଆଜି କୁନି କୁନି ଝିଅମାନେ ରଜଦୋଳି ଖେଳିବା ସହିତ ମିଠା ଓ ପିଠା ବଣ୍ଟନ କରି ପରସ୍ପର ମଧ୍ୟରେ ଶୁଭେଚ୍ଛା ଜଣାଇବା ସହିତ ରଜପାନ ଖାଇ ଏହି ରଜ ପର୍ବକୁ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ହରିଶ୍ଚନ୍ଦ୍ର ପାଣିଗ୍ରାହୀ , ସୁଧାକର ସାହୁ , କାହ୍ନା ସାହୁ , ରାଜୀବ ସାହୁ , ପ୍ରଫୁଲ୍ଲ ସାହୁ ଓ ଅଞ୍ଜନା ମହାରଣା ପରିଚାଳନା କରିବା ସହିତ ଗ୍ରାମର ଗ୍ରାମବାସୀ ଓ ବହୁ ମହିଳା ସହଯୋଗ କରିଥିଲେ ତାସହ କୁକୁଡାଖଣ୍ଡି ଓ ଆଖପାଖ ଅଞ୍ଚଳ ରେ ମଧ୍ୟ ରଜ ପର୍ବ ପାଳନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ