ଦିଗାପୁର ମନ୍ଦିରରୁ ଚୋରି : ପୋଲିସର ତଦନ୍ତ ଆରମ୍ଭ
ବୈପାରିଗୁଡା,(ବିକ୍ରାନ୍ତ କୁମାର ବେବର୍ତ୍ତା): ଶେଷରେ ମନ୍ଦିରକୁ ବି ଛାଡିଲେ ନାହିଁ ଚୋର ଦଳ ! ଚୋରି ଘଟଣା ଜଣାପଡିବା ପରେ ବୈପାରିଗୁଡା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ! ଏବେ ଘରବାଡି , ଦୋକାନ ବଜାର ଓ ରାସ୍ତାଘାଟରୁ ଚୋରି ବନ୍ଦ ହୋଇଯାଇଥିବା ବେଳେ ଏଗୁଡିକକୁ ଛାଡି ଏବେ ଚୋର ଡକାୟତ ମାନେ ମନ୍ଦିର ଚୋରି କରିବା ଆରମ୍ଭ କରି ଦେଇଥିବା ଘଟଣା ଲୋକଲୋଚନାକୁ ଆସିବା ପରେ ଏବେ ଘଟଣାକୁ ନେଇ ଚର୍ଚ୍ଛା ମଧ୍ୟ ବଢିବାରେ ଲାଗିଛି ! ଘରେ ଘରେ ସିସି ଟିଭି ଲୋକେ ଲଗାଇବା ପରେ ଏବେ ଚୋରଙ୍କ ଟାର୍ଗେଟ ରେ ମନ୍ଦିର ! ଏମିତି କିଛି ଘଟଣା ଘଟିଛି ବୈପାରିଗୁଡା ଥାନା ଅନ୍ତର୍ଗତ ଦିଗାପୁର ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ! ରାତ୍ରି ସମୟ ରେ ଚୋରି ହୋଇଥିବାର ଜଣାପଡିଛି ! ମନ୍ଦିର ର ତାଲା ଏବଂ କବାଟ ଭାଙ୍ଗି ସୁନା ରୁପା ସହ ଶ୍ରୀ ରାଧା କୃଷ୍ଣ ଲଳିତା ଙ୍କ ମକୂଟ ଓ ବଂଶୀ ଆଦି ଚୋର ମାନେ ଚୋରି କରି ନେଇ ଯାଇଛନ୍ତି l ପ୍ରାୟ ୧୦ ରୁ ୧୫ ଲକ୍ଷ୍ୟ ଟଙ୍କା ର ଅଳଙ୍କାର ଚୋରି ହୋଇଥିବା ସନ୍ଦହେ କରି ଗ୍ରାମବାସୀଙ୍କ ପକ୍ଷରୁ ବୈପାରିଗୁଡା ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି ! ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।


