ତୁର୍କୀକୁ କଡାଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ:- : କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିବା ପରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ତେଣୁ, ଏହା ଭାରତର ଅଭ୍ୟନ୍ତରୀଣ ମାମଲା। ଏଥିରେ ହସ୍ତକ୍ଷେପ ନ କରିବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତୁର୍କୀକୁ ଚେତାବନୀ ଦେଇଛି।
ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ପ୍ରକୃତ କାରଣ ନ ବୁଝି ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଆମେ ତୁର୍କୀର ନେତାଙ୍କୁ କହୁଛୁ । ତୁର୍କୀ ରାଷ୍ଟ୍ରପତି ଏବଂ ତୁର୍କୀ-ପାକିସ୍ତାନ ମିଳିତ ଘୋଷଣା ଦ୍ବାରା ଜାମ୍ମୁ-କାଶ୍ମୀରକୁ ନେଇ ଦିଆଯାଇଥିବା ସମସ୍ତ ସନ୍ଦର୍ଭକୁ ଭାରତ ଖାରଜ କରୁଛି ବୋଲି ମନ୍ତ୍ରଣାଳୟ କହିଛି । ଆମେ ତୁର୍କୀ ନେତୃତ୍ଵଙ୍କୁ ଅନୁରୋଧ କରୁଛୁ ସେ ଭାରତ ପାଇଁ ପାକିସ୍ତାନରୁ ସୃଷ୍ଟି ହେଉଥିବା ଆତଙ୍କବାଦର ବିପଦ ସହିତ ସମସ୍ତ ତଥ୍ୟକୁ ଠିକ୍ ଭାବେ ବୁଝନ୍ତୁ । କଶ୍ମୀର ପ୍ରସଙ୍ଗ ପାକିସ୍ତାନ ଏବଂ ତୁର୍କୀ ପାଇଁ ଚିନ୍ତାର କାରଣ। ଭାରତର ଏକତରଫା ନିଷ୍ପତ୍ତି ଫଳରେ କଶ୍ମୀରବାସୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ଯୁଦ୍ଧ କିଂବା କଟକଣା ଜାରି ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇ ପାରିବ ନାହିଁ ।


