ଖରିଡା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ତାଲିମ ଶିବିର

ବୁଗୁଡା -ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ଏଣିକି ଡାଟା ମାଧ୍ୟମରେ ପ୍ରତିଦିନ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଦୈନିକ ବିବରଣୀ ଶିକ୍ଷା ଅଧିକାରୀଙ୍କ କ।ର୍ଯ୍ୟ।ଳୟକୁ ପ୍ରେରଣ କରିବେ। ବର୍ତ୍ତମାନ ଏହିକାର‌୍ୟ୍ୟ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ବୃନ୍ଦ ନିଜ ମୋବାଇଲରେ ଆରମ୍ଭ କରିବାକୁ ସ୍ଥିର ହୋଇଥିବା ବେଳେ ପରେ ସମସ୍ତଙ୍କୁ ଟାବେଲଟ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।ଏଥିପାଇଁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ଚାରି ପର୍ଯ୍ୟ।ୟରେ ତାଲିମ ପ୍ରଦାନ କରାଯାଉଛି। ତୃତୀୟ ପର୍ଯ୍ୟ।ୟ ତାଲିମ ଶନିବାର ଦିନ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲିପଦର, ବିଷ୍ଣୁଚକ୍ର,ଓ ଅନ୍ତରପଡା କ୍ଲଷ୍ଟରର ସମସ୍ତ ସ୍କୁଲ ଓ ତାଳସାକର କ୍ଳଷ୍ଟରର ୫ ସ୍କୁଲକୁ ନେଇ ଅନୁଷ୍ଟିତ ହେଉଅଛି। ୪୯ ଜଣଙ୍କୁ ତାଲିମ ଦିଆଯାଉଥିବା ଏହି କ।ର୍ଯ୍ୟକ୍ରମକୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିବା ବେଳେ ଅନିଲ କୁମାର ପରିଛା ତାଲିମ ପ୍ରଦାନ କରିଥିଲେ। ସିଆରସିସି ମାନସ ରଞ୍ଜନ ସେଠୀ, ତ୍ରିନାଥ ମହାରଣା,ରାଜେଶ ସାହୁ ଓ ଡ଼ି ବାସୁଦେବ ଦୋରା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ