ଅଜବ ବିଶ୍ବାସ : ଯୁବତୀମାନେ ଟାଙ୍ଗନ୍ତି ଅନ୍ତଃବସ୍ତ୍ର

ଅନେକ ସମୟରେ ଆମ୍ଭେ ଏପରି ଘଟଣା ଦେଖିବାକୁ ପାଉ ଯାହା ଅବିଶ୍ୱନୀୟ ହୋଇଥାଏ। କିନ୍ତୁ ଏହା ପଛରେ ଥିବା କାରଣ ମଧ୍ୟ ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏମିତି ଏକ ସ୍ଥାନ ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟେଗା କେରଡୋନାରେ ରହିଛି। ଏହା ଏକ ଟୁରିଷ୍ଟ ସ୍ପଟ। ଏଠାକୁ ଆସି ଯୁବତୀମାନେ ନିଜର ଅନ୍ତଃବସ୍ତ୍ର ଖୋଲି ଟଙ୍ଗାଇ ଦିଅନ୍ତି। ଏହା ପଛର କାହାଣୀ ହିଁ ଏହି ସ୍ଥାନକୁ ଟୁରିଷ୍ଟମାନଙ୍କୁ ଆକର୍ଷିତ କରିଥାଏ।
କୁହାଯାଏ, ଦୁଇ ଦଶନ୍ଧି ତଳେ ଏଠାରେ ଚାରିଜଣ ଯୁବତୀ ନୂଆ ବର୍ଷ ପାର୍ଟି ପାଳନ କରିବା ସମୟରେ ନିଶାସକ୍ତ ଭାବେ ପାର୍ଟିରେ ଏପରି ମସଗୁଲ ଥିଲେ ଯେ ସେମାନେ ନିଜର ଅନ୍ତଃବସ୍ତ୍ର ଖୋଲି ଏଠାରେ ଟାଙ୍ଗି ଦେଇଥିଲେ। ଏହି ଘଟଣା ପରେ ଧୀରେ ଧୀରେ ଏଠାକୁ ବୁଲିବାକୁ ଆସୁଥିବା ପ୍ରତ୍ୟେକ ଯୁବତୀ ନିଜର ଅନ୍ତଃବସ୍ତ୍ରକୁ ଟାଙ୍ଗି ଚାଲି ଯାଆନ୍ତି।
ଖାସ୍‌ ଏହି କାରଣ ଯୋଗୁଁ ଏଠାରେ ହଜାର ହଜାର ସଂଖ୍ୟାରେ ଅନ୍ତଃବସ୍ତ୍ର ଟଙ୍ଗା ହୋଇଥିବା ଦେଖିବାକୁ ମିଳିଥାଏ। ଯାହା ପରେ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଛି। ଏଠାରେ ନିଜର ଅନ୍ତଃବସ୍ତ୍ର ଖୋଲି ଯେଉଁ ଯୁବତୀ ଟାଙ୍ଗି ଦିଅନ୍ତି, ସେମାନଙ୍କୁ ମନ ମୁତାବକ ଜୀବନସାଥୀ ମିଳିଥାଏ ବୋଲି ଅନ୍ଧବିଶ୍ୱାସ ରହିଛି। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ନିଜର ଅନ୍ତଃବସ୍ତ୍ରରେ ତାଙ୍କ ନାମ ଲେଖି ସେଠାରେ ଟାଙ୍ଗିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ