ଏସ୍‌.ଡି.ସି ଫୁଟବଲ ପ୍ରତିଯୋଗିତା,ଗଜପତି ଜିଲା ମହିଳା ଦଳର ଚୟନ ପ୍ରକ୍ରିୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଏସ୍‌.ଡି.ସି. ଫୁଟବଲ ପ୍ରତିଯୋଗିତା ପାଇଁ ଗଜପତି ଜିଲା ମହିଳା ଦଳ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ମହିଳା ଦଳ ଚୟନ ପ୍ରକ୍ରିୟା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା ଏବଂ ଏସପି ସାରା ଶର୍ମା ମିଳିତ ଭାବେ ଉଦଘାଟନ କରିଥିଲେ । ଉଦ୍‌ଘାଟନୀ ସଭାରେ ଜିଲାପାଳ ଶ୍ରୀ ସାହା ଯୋଗଦେଇ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ଆଦିବାସୀ ବହୁଳ ଏହି ଜିଲାରେ ଏହିପରି ପ୍ରତିଯୋଗିତା ମାଧ୍ୟମରେ ବହୁ ଲୁକାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଥିଲେ । ସେମାନେ ମଧ୍ୟ ଉଚ୍ଚିତ ତାଲିମ ହାସଲ କରିବାପାଇଁ ଏହି ପ୍ରତିଯୋଗିତା ଏକ ମାଧ୍ୟମ ହେବ ବୋଲି ସେ କହିଥିଲେ । ପ୍ରଥମ ଥରପାଇଁ ଜନଜାତି ବର୍ଗର ଖେଳାଳୀମାନଙ୍କ ପାଇଁ ରାଜ୍ୟ ସରକାର ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏହିପରି ପ୍ରତିଯୋଗିତା ଆୟୋଜନ ହୋଇଥିବାରୁ ଏହା ଜନଜାତିମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଜିଲାପାଳ କହିଥିଲେ । ଜିଲାସ୍ତରୀୟ ଚିହ୍ନଟ ପ୍ରକ୍ରିୟା ପରେ ଏଠାରୁ ମନୋନୀତ ୨୦ଜଣିଆ ଦଳ ଫୁଲବାଣୀ ଠାରେ ଏହି ପ୍ରତିଯୋଗିତାର ଲିଗ୍ ମ୍ୟାଚ ଖେଳିବାପାଇଁ ଗସ୍ତ କରିବେ ବୋଲି କୁହାଯାଇଥିଲା । ସେହିପରି ଏସପି ତାଙ୍କ ବକ୍ତବ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଦିବାସୀ ବର୍ଗର ଖେଳାଳୀମାନେ ଯେଉଁ ଭଳି ସୁନାମ ଆଣିଛନ୍ତି ଗପତି ଜିଲାର ଖେଳାଳୀମାନେ ମଧ୍ୟ ସେପରି ସୁନାମ ଆଣିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଏସ.ଡି.ସି. ଫୁଟବଲ୍ ପ୍ରତିଯୋଗିତାର ରାଜ୍ୟ ସଭ୍ୟ ଦିବ୍ୟ ଚାନ୍ଦ ସୁକ୍ଲା ଯୋଗଦେଇ ଓଡିଶା ସରକାରଙ୍କର ଆଦିବାସୀ ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରତିଭା ଅନ୍ୱେଷ୍ୱଣ କାର୍ଯ୍ୟକ୍ରମ ସ୍ୱରୂପ ଏହି ଏସ୍‌.ଡି.ସି. ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି କହିଥିଲେ । ମହିଳା ଫୁଟବଲ ଦଳ ଚୟନ ପ୍ରକ୍ରିୟାରେ ମୋଟ ୮୪ଜଣ ମହିଳା ବିଭିନ୍ନ ବ୍ଲକରୁ ଯୋଗଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳକ ପ୍ରିୟମ୍ବଦା ବିଷୋୟୀ, ସମ୍ବନ୍ୱୟ ଆଦି ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଜିଲା କ୍ରୀଡାଧିକାରୀ ପ୍ରଭାକର ତ୍ରିପାଠୀ, ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଉପସ୍ଥିତଥିବାବେଳେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକମାନେ ଉପସ୍ଥିତଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ