ଉଚ୍ଚଶିକ୍ଷା ବିଭାଗ ଅଗଣତାନ୍ତ୍ରିକ ନିଷ୍ପତି ବିରୁଦ୍ଧରେ ପ୍ରତିବାଦ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):  ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଗତ ସୋମବାର ଅଗଣତାନ୍ତ୍ରିକ ଭାବେ କେତେକ ନିଷ୍ପତି ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସଙ୍ଘ ପକ୍ଷରୁ ବୁଧବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ ହୋଇଥିଲା । ଏଥିରେ ଅଧ୍ୟାପକ ଓ କର୍ମଚାରୀମାନେ ଛୁଟି ନେଇ ଆନ୍ଦୋଳନ କଲେ ବେସରକାରୀ କଲେଜରୁ ଅନୁଦାନ ପ୍ରତ୍ୟାହାର ସହ ସରକାରୀ କଲେଜର ଅଧ୍ୟାପକ ମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ପୂର୍ବରୁ  ‘କାମ ନାହିଁ ତ ଦରମା ନାହିଁ’ ନୀତି ପ୍ରଚଳିତ ଅଛି, କିନ୍ତୁ ସମାନ କାମ ପାଇଁ ସମାନ ଦରମା ନୀତିକୁ କାର୍ଯ୍ୟକାରୀ କରାଯାଉନାହିଁ । ସରକାରୀ କଲେଜ୍‌ରେ +୨ ଠାରୁ ପି.ଜି ପର୍ଯ୍ୟନ୍ତ କେତେକ କଲେଜ୍‌ରେ କିଛି ବିଭାଗରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ଚାଲିଛି । ବେସରକାରୀ କଲେଜରେ ପରିଚାଳନା କମିଟି ଦ୍ୱାରା ସ୍ୱଳ୍ପ ବେତନରେ ଅଧ୍ୟାପନା କାର୍ଯ୍ୟ ଚଳାଇ ନିଆଯାଉଛି । ଖାଲି ପଡିଥିବା କର୍ମଚାରୀମାନଙ୍କ ପଦ ପୂରଣ ହେଉନାହିଁ । ଅତିତରେ ଚାକିରୀ ସର୍ତାବଳୀ ସହ ଓଡିଶା ଭଳି ଅନଗ୍ରସର ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ସଂଗଠନ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟ କରିଆସୁଛି । ସଂଗଠନକୁ ବିଭାଜିତ କରିବାକୁ ସରକାର ସଫଳ ହୋଇଛନ୍ତି । ଏହି ଶିକ୍ଷା ବର୍ଷରେ ଛାତ୍ରସଂସଦ ନିର୍ବାଚନକୁ ବାତିଲ୍ କରାଗଲା । ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଓ ଅନ୍ୟାନ୍ୟ କର୍ମଚାରୀମାନେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଉଥିବାବେଳେ ଓଡିଶାରେ ଉଚ୍ଚ ଶିକ୍ଷା ବିଭାଗ ଅଗଣତାନ୍ତ୍ରିକ ଭାବେ ଶିକ୍ଷକମାନଙ୍କୁ ଭୟଭିତ କରି ସେମାନଙ୍କ ନାର୍ଯ୍ୟ ଦାବି ହାସଲରୁ ବଂଚିତ କରିବା ଦୁର୍ଭାଗ୍ୟଜନକ । ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତି ବିରୋଧରେ ଓଡିଶାର ଛାତ୍ର, ଅଭିଭାବକ, କର୍ମଚାରୀ ଓ ବୁଦ୍ଧିଜିବୀମାନେ ସ୍ୱର ଉତୋଳନ କରିବାକୁ ସଂଗଠନର ରାଜ୍ୟ ସଂପାଦକ ଅଧ୍ୟାପକ ଅଜୟ ସାମଲ ନିବେଦନ କରିବାସହ ଏଭଳି ପଦକ୍ଷେପରୁ ସରକାର ନିବୃତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି । ଅତିତରେ ଶିକ୍ଷକ ସମାଜ ଜନସାଧାରଣଙ୍କୁ ନେଇ ଐ୍ୟତିହାସିକ ଆନ୍ଦୋଳନ ଦ୍ୱାରା ଚାକିରୀ ସର୍ତାବଳୀ ସହ ଓଡିଶାରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ସଫଳ ହୋଇଥିଲା । ଆଗାମୀ ଦିନରେ ସରକାର ଶିକ୍ଷକ ସଂଗଠନ ଗୁଡିକ ସହ ସକରାତ୍ମକ ମନୋବୃତି ନେଇ ଆଲୋଚନା ମାଧ୍ୟମରେ ସମସ୍ୟା ଗୁଡିକର ସମାଧାନ କରି ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି  ଅଧ୍ୟାପକ ନାରାୟଣ ପ୍ରସାଦ ଜେନା, ସଂପାଦକ ଗୋଲଖ ଚନ୍ଦ୍ର ମହାଭୋଇ, ଉପଦେଷ୍ଟା  ନନ୍ଦ କିଶୋର ପରିଡା, ଚିତରଂଜନ ଦାସ, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ପ୍ରଭାକର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ