ଝିଅକୁ ହତ୍ୟା କରାଯାଇଥିବା ନେଇ ବାପର ଥାନାରେ ଲିଖିତ ଅଭିଯୋଗ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ସରଗଡା ପଞ୍ଚାୟତ ର ହାତୀଶାଳ ଗ୍ରାମର ଏକ ମହିଳାଙ୍କ ହତ୍ୟା ଅଭିଯୋଗ ଭଳି ଅଭାବନୀୟ ଘଟଣା ବାପଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ସୋମବାର ରାତିରେ ହାତୀଶାଳ ଗ୍ରାମର ରତ୍ନ ମାଝୀ ଏବଂ ସ୍ତ୍ରୀ ସୋମବାରି ମାଝୀ (୩୨) ଖାଇ ପିଇ ଶୋଇଥିଲେ । ସକାଳୁ ଉଠି ରତନ ତା’ର ସ୍ତ୍ରୀ କୁ ଯେତେ ଡାକିଲେ ବି ଉଠୁନି । ସେଠୁ ସେ ଗାଁ ବାଲାକୁ ଜଣାଇବା ସହ ତାର ଶଶୁର ଘରକୁ ଜଣାଇଥିବା । ଶଶୁର ଦାସମାତ ମାରାଣ୍ଡି ଆସି ଦେଖନ୍ତେ ଝିଅ ଆଉ ନାହିଁ ।ସେ ଅବାକ୍ ହୋଇଥିଲା ।ପରେ ।ଥାନାକୁ ଜଣାଇଥିଲେ । ଏସଡିପିଓ, ଗୋରୁମହିଷାଣୀ ଥାନା ଅଧିକାରୀଙ୍କ ସମେତ ଘଟଣାସ୍ଥଳରେରେ ପହଞ୍ଚି ତଦନ୍ତ କରିଥିଲେ ।ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ । ଥାନାରେ ଝିଅର ବାପା ଦାସମାତ ତାଙ୍କ ଜୋଇଁ ରତନ ଝିଅକୁ ମାରି ଦେଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି । ସେହି ଲିଖିତ ଅଭିଯୋଗ କ୍ରମେ ପୋଲିସ ୯/୨୦ ମାମଲା ରୁଜୁ କରିଛି । ଆସନ୍ତାକାଲି ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ