ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ୨୦ ମୃତ,୨୦ ଆହାତ

ଚେନ୍ନାଇ: ଗୁରୁବାର ସକାଳେ ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି ଆହାତ ମାନଙ୍କୁ ସ୍ଥାନୀୟ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ସୂଚନାନୁଯାୟୀ କେରଳ ରାଜ୍ୟ ସଡକ ପରିବହନ ନିଗମ ଏକ ବସ୍ କର୍ଣ୍ଣାଟକର ବେଙ୍ଗାଲୁୂରୁରୁ କେରଳର ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସିବା ଫଳରେ ଟ୍ରକବସ୍ ମୁହାଁମୁହିଁ ଧକ୍କା ହୋଇଥିଲା ଏଭଳି ଏକ ଦୁଖଦ ଲୋମଟାଙ୍କୁରା ଘଟଣା ଘଟିବା ପରେ ଲୋକ ଚିତ୍କାର ଶୁଣିବାକୁ ମିଳିଥିଲା ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଦୈାଡି ଆସିଥିବା ବେଳେ ଦେଖିଥିଲେ ଏଭଳି ଏକ ଭୟାନକ ମର୍ମନ୍ତୁଦ ସଡକ ଦୂର୍ଘଟଣା ସ୍ଥାନୀୟ ଲୋକ ପୋଲିସର ସହାୟତାରେ ଆହାତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି ଆହାତ ମାନଙ୍କ ମଧ୍ୟରେ କିଛି ଗୁରୁତର ଆହାତ ରହିଥିବା ଜଣାପଡିଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ