ଜେଏସପିଏଲ୍ ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

ବଡ଼ବିଲ,(ଯୁଗାବ୍ଦ ନ୍ୟୁଜ୍‌): ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ଶାଖା ଜେଏସ୍ ପିଏଲ୍ ଫାଉଣ୍ଡେସନ ତରଫରୁ ଏକ ସିଲେଇ ତାଲିମ କେନ୍ଦ୍ର ନିକଟସ୍ଥ ଦାମପୁର ଗ୍ରାମରେ ଆରମ୍ଭ କରାଯାଇଛି ଓ ଏହି କେନ୍ଦ୍ରଟିକୁ ଦାମପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପାଖାପାଖି ଗ୍ରାମର ବହୁ ମହିଳାଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ଓପ୍ରଥମ ପର‌୍ୟ୍ୟାୟରେ, କମ୍ପାନୀ ଦ୍ୱାରା ନିଯୁକ୍ତ ଜଣେ ପ୍ରଶିକ୍ଷକ ଙ୍କ ଦ୍ୱାରା ପ୍ରାୟ ୫୦ ଜଣ ମହିଳାଙ୍କୁ ମାଗଣା ତାଲିମ ଏହି ଗୋଷ୍ଠୀ କେନ୍ଦ୍ରରେ ପ୍ରଦାନ କରାଯିବ ଓ ଏଥିପାଇଁ କମ୍ପାନୀ ତରଫରୁ ସାତ ଗୋଟି ସିଲେଇ ମେସିନ ସମେତ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି ଓ ଏହି ତାଲିମ ପରେ ୧୫-ଜଣିଆ ତାଲିମପ୍ରାପ୍ତ ମହିଳାଙ୍କ ସହାୟତାରେ ଜେଏସ୍ ପିଏଲ୍ ଫାଉଣ୍ଡେସନ ଏହି କେନ୍ଦ୍ର ରୁ ମାସକୁ ପ୍ରାୟ ପାଞ୍ଚ ରୁ ଛଅ ହଜାର ଟି ଘାଗରା (ପେଟିକୋଟ) ଉତ୍ପାଦନ କରିଁବାକୁ ଲକ୍ଷ୍ୟ ରଖିଛି ଓ ବଜାର ସହାୟତା ଯୋଗାଇ ଦିଆଯାଉଥିବାରୁ ଜଣେ ତାଲିମପ୍ରାପ୍ତ ମହିଳା ଦିନକୁ ତିନି ଘଣ୍ଟା ସମୟ ଦେଇ ମାସକୁ ତିନିହଜାର ଟଙ୍କା ପର‌୍ୟ୍ୟନ୍ତ ରୋଜଗାର କରିପାରିବ ଓ ଏତଦବ୍ୟତୀତ ଜଣେ ତାଲିମପ୍ରାପ୍ତ ମହିଳା ନିଜ ଘରେ ମଧ୍ୟ ସିଲେଇ ସେବା ଆରମ୍ଭ କରି ଘରର ଯାବତୀୟ କାର‌୍ୟ୍ୟ କରିବା ସହ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟର ହାତ ବଢ଼ାଇ ପାରିବ ଓ ଏହି ତାଲିମ କେନ୍ଦ୍ରଟି କମ୍ପାନୀର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମ ଦ୍ୱାରା ସ୍ଥାପନ କରାଯାଇଛି ଓ ଏହି ପରିପ୍ରେକ୍ଷୀରେ ଜେଏସପିଏଲ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ସୁରେଶା ଜି କହିଲେ ମୋର ସମ୍ପୂର୍ଣ୍ଣ ଵିଶ୍ଵାସ ଯେ ଏହି କେନ୍ଦ୍ରଟି ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଅର୍ଥ ଉପାର୍ଜନ ର ନୂଆ ଦିଗଦର୍ଶନ ଦେବ ଓ କମ୍ପାନୀ, ଜେଏସପିଏଲ୍ ଫାଉଣ୍ଡେସନ ମାଧ୍ୟମରେ ଏହାର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଥିବା କାର‌୍ୟ୍ୟକ୍ରମ କୁ ବଢ଼ାଇ ବହୁ ଜୀବିକା ନିର୍ବାହ ସହାୟକାରୀ ଉଦ୍ୟୋଗ ଗୁଡିକୁ ହାତକୁ ନେଇଛି ଏବଂ ଏଗୁଡିକ କମ୍ପାନୀର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ନିରନ୍ତର ଭାବେ ଚାଲୁ ରହିଛି ଓ ଜେଏସପିଏଲ୍ ଫାଉଣ୍ଡେସନ ଓଡ଼ିଶାରେ ପ୍ରାୟ ୫୦୦୦ ମହିଳାଙ୍କୁ ବଜାର ସହାୟତା ମାଧ୍ୟମରେ ଚିରସ୍ଥାୟୀ ଜୀବିକା ନିର୍ବାହ କରିବା ଏବଂ ସ୍ୱରୋଜଗରକ୍ଷମ ହେବାରେ ସହାୟତା କରି ଆସୁଛି ଓ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ