ସୁମଣ୍ଡଳରେ ମଦ ବନ୍ଦ ପାଇଁ ବୈଠକ ଅନୁଷ୍ଠିତ

କୋଦଳା ; (ଗୁଲସନ୍ କୁମାର କର) ଗତ ୧/୫/୧୯ ତାରିଖ ଦିନ କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଠାରେ ସୁମଣ୍ଡଳ ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତ କରିବା ସହ ପଞ୍ଚାୟତ ଭିତରେ କୌଣସି ମଦ ଦୋକାନ ନଖୋଲିବା ଓ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନ କରି ଦୀର୍ଘ ୮ ଘଣ୍ଟା ଧରି ରାସ୍ତାରୋକ କରିବା ପରେ ସ୍ଥାୟୀ ସମାଧାନ ନ ହେବା ପରେ ଦୁଇଟି ମଦ ଦୋକାନ ଓ ଗୋଟିଏ ମଦ ଭାଟି ରେ ଉତ୍ତ୍ୟକ୍ତ ମହିଳା ନିଆଁ ଲଗାଇବା ପରେ ପରିସ୍ଥିତି ଅଣାୟାତ୍ ହୋଇଥିଲା । ପରେ ଆନ୍ଦୋଳନ କାରୀ ଙ୍କ ବିରୋଧରେ ୪ ଟି ପୃଥକ ମାମାଲା ରୁଜ୍ଜୁ କରାଯାଇଥିବାର ୮ ଦିନ ପରେ ଆଜି ସୁମଣ୍ଡଳ ପଞ୍ଚାୟତ ପକ୍ଷରୁ ସମସ୍ତେ ଏହି ଆନ୍ଦୋଳନ କୁ ସମର୍ଥନ କରିବା ସହ ଆଜି ସରପଞ୍ଚ ଶ୍ରୀମତୀ ସନ୍ତୋଷିନି ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବଡ ଧାରଣର ବୈଠକ ଡକାଯାଇ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଆନ୍ଦୋଳନ ରେ ଯେଉଁମାନଙ୍କ ଉପରେ ମାମାଲା ରୁଜ୍ଜୁ ହୋଇଛି ତାଙ୍କୁ ପଞ୍ଚାୟତବାସୀଙ୍କ ତରଫରୁ ଆଇନ୍ ସମ୍ମତ ସମର୍ଥନ ଦେବା ସହ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ତେବେ ସମସ୍ତେ ତାହାକୁ ବିରୋଧ କରି ସମର୍ଥନ ଦେବେ ବୋଲି ନିଷ୍ପତ୍ତି ହୋଇଛି ।ଏହା ବ୍ୟତୀତ ମହିଳା କମିଟି ଓ ପୁରୁଷ କମିଟି କରାଯାଇଛି ।ପଞ୍ଚାୟତରେ ଯଦି କେହି ମଦ ବିକ୍ରି କରେ ତେବେ ତାଙ୍କୁ ତୁରନ୍ତ ପୁଲିସ ରେ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ଆଜିର ବୈଠକରେ ୫୦୦ ରୁ ଅଧିକ ମହିଳା ଓ ପୁରୁଷ ଉପସ୍ଥିତ ରହିବା ସହ ମଦ ବନ୍ଦ କରି ସୁମଣ୍ଡଳ ପଞ୍ଚାୟତକୁ ମଦ ମୁକ୍ତ ପଞ୍ଚାୟତ କରିବା ନିମନ୍ତେ ପ୍ରଶାସନର ସହଯୋଗ ଚାହିଁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ