ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ

କନ୍ଧମାଳ (ଯୁଗାବ୍ଦ ନ୍ୟୁଜ )ଦାରିଙ୍ଗବାଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୭ ଲିଟର ମହୁଲି ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଡ଼ବେରୀ ଗ୍ରାମର ଶିବରାମ ସାହୁଙ୍କ ଠାରୁ ୨୦ ଲିଟର, ସରସ୍ୱତୀ ସାହୁଙ୍କ ଠାରୁ ୧୦ ଲିଟର, ହଜାରୀ ସାହୁଙ୍କ ଠାରୁ ୧୭ ଲିଟର, ଏ ଡକେବାଡି ଗ୍ରାମର ଦୀନବନ୍ଧୁ ସାହୁଙ୍କ ଠାରୁ ୩୦ ଲିଟର, କୃପାସିନ୍ଧୁ ସାହୁଙ୍କ ଠାରୁ ୧୫ ଲିଟର ଓ ହାଟପଦା ସାହିର ଚିନା ମାଝୀ ଙ୍କ ଠାରୁ ୫ ଲିଟର ଏଭଳି ଭାବେ ସମୁଦାୟ ୯୭ ଲିଟର ମହୁଲି ମଦ ଜବତ କରାଯାଇଥିବା ନେଇ ଅବକାରୀ ଆଇଆଇସି ଧୀରେନ କୁମାର ବେହେରା କହିଛନ୍ତି। ଏବଂ କିଛି ଅଭିଯୋଗ ଅନୁଯାଇ ଜାଣିବାକୁ ମିଳିଛିଯେ ଅବକାରୀ ବିଭାଗ୍ୟ ଅଧିକାରୀ ଘଟଣା ସ୍ଥଳେ ଆଇନ ଗତ ନିୟମ ଅନୁଯାୟୀ ଜବତ ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା ପରିବର୍ତ୍ତେ ନିର୍ଦ୍ଧିଷ୍ଟ ସ୍ଥାନକୁ ସମସ୍ତ ବ୍ୟକ୍ତିଙ୍କୁ ନେଇ ଅବକାରୀ ଅଧିକାରୀ ନିଜ ମନମୁତାବକ ଜବତ ତାଲିକା ପ୍ରସ୍ତୁତ କରୁଛନ୍ତୁ।ତେଣୁ ଏଦିଗରେ ବିଭାଗ୍ୟ ଉପରସ୍ତ ଅଧିକାରୀ ମାନେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ହୋଇପଡିଛି ବୋଲି ସାଧାରଣରେ ପ୍ରକାଶ ପାଇଛି।