ମାଟ୍ରିକ୍ ପରୀକ୍ଷା: ମୋବାଇଲ ଫୋନ ଧରି ପାରିବେନି ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ହୋଇଛି। ଏକ ହଜାର ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇ ସିସିଟିଭି ଲାଗିଲା । ପୂର୍ବବର୍ଷ ପରି ଏଥର ବି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ସ୍କ୍ୱାଡରେ ଆସୁଥିବା ସଦସ୍ୟଙ୍କୁ ମୋବାଇଲ ଧରିବା ମନା କରାଗଲା । ଗଣମାଧ୍ୟମ ପ୍ରବେଶ ଉପରେ ବି ଲାଗିଲା କଟକଣା । ତା’ ପରେ ବି ପ୍ରଶ୍ନପତ୍ର ଭାଇରାଲ ରୋକିବାରେ ସକ୍ଷମ ହେଲାନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଦିନରୁ ହିଁ ମାତୃଭାଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ଆସିଥିଲା । ତେବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ରକୁ ନକଲି କୁହାଯାଇ ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ଆଗକୁ ହେବାକୁ ଥିବା ବିଷୟଗୁଡ଼ିକର ପ୍ରଶ୍ନପତ୍ର ଭାଇରାଲ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭଙ୍ଗାଯାଇଥିବା ନଜରକୁ ଆସିବ ତେବେ ସମ୍ପୃକ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ଧରାଯିବ । ଏଥିସହ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ମୋବାଇଲ୍‌ ବାରଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ