ନିଆଁ ଲାଗି ପୋଡିଯାଇଥିବା ଆହାତ ମହିଳାଙ୍କୁ ବିଧାୟକ ଓ ସରପଞ୍ଚଙ୍କ ସହାୟତା

ବୁଗୁଡା -(ଯୁଗାବ୍ଦ ନ୍ୟୁଜ ) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ରଞ୍ଜୁ ସ୍ୱାଇଁ ସ୍ୱାମୀ-ଚିତ୍ରସେନ ରୋଷେଇ କରିବା ସମୟରେ ନିଆଁ ଲାଗି ପୋଡିଯାଇ ବୁଗୁଡା ମେଡିକାଲରେ ଚକିତ୍ସା ହେଉଥିବା ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅଞ୍ଚଳରେ ନଥିବା ଯୋଗୁଁ, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢ଼ୀ(ମୁନା)ଙ୍କୁ ପ୍ରତିନିଧି ଭାବେ ମେଡିକାଲକୁ ପଠାଇଥିଲେ। ମୁନା ବାବୁଙ୍କ ସହ ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ ବୁଗୁଡା ମେଡିକାଲରେ ପହଞ୍ଚି ପୋଡିଯାଇଥିବା ରଞ୍ଜୁଙ୍କ ପରିବାର ଓ ଡାକ୍ତରଙ୍କ ସହ ଆଲୋଚନା କରି ୧୦୮ ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁର ମେଡିକାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଚକିତ୍ସା ଖର୍ଚ୍ଚ ପାଇଁ ମୁନା ବାବୁଙ୍କ ଜରିଆରେ ବିଧାୟକ ବ୍ୟକ୍ତିଗତ ଭାବେ ତିନି ହଜାର ଟଙ୍କା ଦେଇଥିବା ବେଳେ ଗୋଳାବନ୍ଧ ସରପଞ୍ଚ ବ୍ୟକ୍ତିଗତ ଭାବେ ଏକ ହଜାର ଟଙ୍କା , ଏହିପରି ମୋଟ ୪ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ