ପିଡ଼ିଏସ ଚାଉଳ ବଣ୍ଟନ ଅଭିଯୋଗ ରେ ବିଡିଓ ଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କଳାହାଣ୍ଡି(ଯୁଗାବ୍ଦ ନ୍ୟୁଜ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତ ରେ ଗତ ୨ ମାସ ହେବେ ପିଡ଼ିଏସ ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ ରେ ଅନିୟମିତତା ପ୍ରତିବାଦ କରି ସୋମବାର ମହିଳା ହିତାଧିକାରୀ ଓ ଗ୍ରାମବାସୀ ମାନେ କନ୍ଦାବୁଟୁରା ସମିତି ସଭ୍ୟା ଅଶୋକା ନାଏକ ଙ୍କ ନେତୃତ୍ୱରେ କୋକସରା ବିଡିଓ ଙ୍କ ଠାରେ ପହଞ୍ଚି ଅଭିଯୋଗ କରିବା ସହ ପିଡ଼ିଏସ ଚାଉଳ ତୁରନ୍ତ ନଦେଲେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ, ସୂଚନା ଅନୁସାରେ କନ୍ଦାବୁଟୁରା ପଞ୍ଚାୟତ ସରପଂଚ ଜଣେ ମହିଳା ରହିଥିବା ବେଳେ ତାଙ୍କ ସ୍ୱାମୀ ଅଜୟ ଦୀପ ପଞ୍ଚାୟତ ପ୍ରତିଟି କାମ ରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି, ଗତ ୨ ମାସ ତଳେ ଚାଉଳ ବଣ୍ଟନ ସମୟରେ ଜଣେ ହିତାଧିକାରୀ ଙ୍କୁ ସରପଞ୍ଚ ଙ୍କ ତଥାକଥିତ ସ୍ୱାମୀ ଦୁର୍ବ୍ୟବହାର କରିଥିଲେ ଯାହାକୁ ନେଇ ମାମଲା ଥାନା ପର‌୍ୟ୍ୟନ୍ତ ପହଞ୍ଚିଥିଲା, ଏହା ପରେ ସରପଞ୍ଚ ପିଡ଼ିଏସ ଚାଉଳ କନ୍ଦାବୁଟୁରା ପଞ୍ଚାୟତ ରେ ନ ବାଣ୍ଟି କାଶିବାହଲ ରେ ଦିଆଯିବ ବୋଲି ନୋଟିସ କରିଥିଲେ, ଯେହେତୁ କନ୍ଦାବୁଟୁରା ରେ ପୂର୍ବରୁ ଚାଉଳ ବଣ୍ଟନ ହେଉଥିଲା ତାହାକୁ କାଶିବାହଲ ନିଜ ଗ୍ରାମ ହୋଇଥିବା ଯୋଗୁ ସରପଞ୍ଚ ଙ୍କ ସ୍ୱାମୀ ହସ୍ତକ୍ଷେପ କରିଥିବା ସମିତି ସଭ୍ୟା ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ କନ୍ଦାବୁଟୁରା ଗ୍ରାମବାସୀ ମାନେ ବିରୋଧ କରିଥିଲ କାରଣ ପଞ୍ଚାୟତ ରେ ଚାଉଳ ବଣ୍ଟା ଯିବା ବଦଳରେ ସରପଞ୍ଚ ଙ୍କ ସ୍ୱାମୀ ହସ୍ତକ୍ଷେପ କରି କାଶିବାହଲ ରେ ବାଣ୍ଟିବାକୁ ଜୋର ଦେଇଥିଲେ, ଏହାକୁ ନେଇ ସମିତି ସଭ୍ୟା ବ୍ଲକ ପ୍ରଶାସନ ଅଧିକାରୀ ଙ୍କ ସମେତ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କଲାପରେପ ମଧ୍ୟ ବ୍ଲକ ପ୍ରଶାସନ କୌଣସି ସମାଧାନ ନକରିବାରୁ ଆଜି ହିତାଧିକାରୀ ମାନେ ବିଡିଓ ଙ୍କୁ ଭେଟି ସମାଧାନ ପାଇଁ ଅଡ଼ି ବସିଥିଲେ। ଆଜି ର ଏହି ଅଭିଯୋଗ ଶୁଣାଣି ବୈଠକ ରେ ମଧ୍ୟ ସରପଞ୍ଚ ଙ୍କ ସ୍ୱାମୀ ନିଜର ଦାଦାଗିରି ଜାହିର କରୁଥିବା ଦେଖିବାକୁ ମିଳିଥିଲା, ସରପଞ୍ଚ ଭବାନୀ ଦୀପ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ସ୍ୱାମୀ ସବୁ କଥା ରେ ହସ୍ତକ୍ଷେପ କରୁଥିଲେ, ସରପଞ୍ଚ ଙ୍କ ସ୍ୱାମୀ ଯେପରି ଭାବରେ ବୈଠକରେ ଠିଆ ହୋଇ ବିଡିଓ ଙ୍କ ସମ୍ମୁଖରେ ମଧ୍ୟ ନିଜର ଉପସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳିଛି ତାହା ସ୍ପଷ୍ଟ ଉଦାହରଣ,ପରେ ବିଡିଓ ଙ୍କ ପ୍ରତିଶ୍ରୁତି ପରେ ହିତାଧିକାରି ମାନେ ଆନ୍ଦୋଳନ ରୁ ଓହରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ