ଏନ୍‌ସିଇଆରଟି ବହି ଲାଗୁ ନହେଲେ ଗଣଶିକ୍ଷା ସଚିବଙ୍କ ବାସଭବନ ଆଗରେ ଆମରଣ ଅନଶନ

ଭୁବନେଶ୍ୱର : ନୂତନ ଶିକ୍ଷାବର୍ଷ ଆଉ ଅଳ୍ପଦିନ ପରେ ଆରମ୍ଭ ହୋଇଯିବ । କିଛି ପ୍ରାଇଭେଟ ସ୍କୁଲ୍ ମଧ୍ୟ ଆଗୁଆ ପରୀକ୍ଷା କରାଇ ନିଜର ପିଲାମାନଙ୍କୁ ଆସନ୍ତା ବର୍ଷ ପାଇଁ ପ୍ରାଇଭେଟ ପବ୍ଳିକେଶନରେ ବହି କିଣିବା ପାଇଁ ଅଭିଭାବକମାନଙ୍କୁ ଚିଠି ପଠାଇ ସାରିଲେଣି । ଏନ୍‌ସିଇଆରଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଇଂରାଜୀ ମାଧ୍ୟମିକ ସ୍କୁଲ୍ ଏନ୍‌ସିଇଆରଟି ପୁସ୍ତକ ଲାଗୁ କରିବା ପାଇଁ ବାଧ୍ୟତାମୂଳକ । ଏ ସଂକ୍ରାନ୍ତରେ ମାନବ ସମ୍ବଳ ବିକାଶ ବିଭାଗ ଓ ଘ.ଉ.ଚ.ଉ.ଜ ମଧ୍ୟ ବହୁବାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । କିନ୍ତୁ ପ୍ରାଇଭେଟ ସ୍କୁଲ୍‌ମାନେ ଏହାକୁ ଆଦୌ ମାନୁନାହାଁନ୍ତି । ପ୍ରାଇଭେଟ ସ୍କୁଲ ଓ ପ୍ରାଇଭେଟ ପବ୍ଲିକେଶନ ମଧ୍ୟରେ ଏକ ବିରାଟ ମଧୁଚନ୍ଦ୍ରିକା ରହିଛି । ଏ ସଂକ୍ରାନ୍ତରେ ଏକ ଦସ୍ତାବିଜ୍ ମଧ୍ୟ ହସ୍ତଗତ ହୋଇଛି । ଓଡ଼ିଶାର ଆଇସିଏସ୍‌ଇ ସ୍କୁଲ୍ ସଂଗଠନ ଓ ଙକ୍ସସରଦ୍ଭଗ୍ଧ ଈକ୍ଷବମଳ ଗବଜ୍ଞ ଚଙ୍କଭକ୍ଷସମବଗ୍ଧସକ୍ଟଦ୍ଭ ସଂସ୍ଥା ମଧ୍ୟରେ ଏହି ଦସ୍ତାବିଜ ୪୫% କମିଶନ ନେଇ ଚୁକ୍ତି ରହିଛି । ଯହା ଫଳରେ ଅଭିଭାବକମାନଙ୍କୁ ଯଥେଷ୍ଟ ଆର୍ଥିକ ବୋଝ ପଡ଼ିବା ସହିତ ପିଲାମାନଙ୍କୁ ଅଯଥା ବସ୍ତାନି ବୋଝ ବୋହିବାକୁ ପଡ଼ୁଛି । ଏନ୍‌ସିଇଆରଟି ବହି ଲାଗୁ ହେଲେ ଏହି ଗୋଲକ ଧନ୍ଦାର ପୂର୍ଣ୍ଣଛେଦ ପଡ଼ିବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଯଥା ହଇରାଣରୁ କ୍ଷାନ୍ତ ହେବେ । ସରକାର ମଧ୍ୟ ବହୁବାର ଜିଲ୍ଲାପାଳ, ଡ଼ି.ଇ.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପ୍ରାଇଭେଟ ସ୍କୁଲ୍ ଓ ପ୍ରାଇଭେଟ ପବ୍ଲିକେଶନ ମୁଖ୍ୟମାନଙ୍କ ସହିତ ଅଧିକାରୀ ମାନଙ୍କର ଭିତ୍ତିରି ସମ୍ପର୍କ ରହିଥିବାରୁ ଏହା ସଫଳ ହୋଇପାରୁ ନାହିଁ । ଗତ ୨୪ ତାରିଖ ଦିନ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, କୋଷାଧ୍ୟକ୍ଷ ଦେବାଶିଷ ବସନ୍ତିଆ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଭେଟିବା ପରେ ତ୍ରିପାଠୀ ଏହାକୁ ଭିଡ଼ିଓ କନ୍‌ଫରରେନ୍ସ ମାଧ୍ୟମରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ନିର୍ଦ୍ଦେଶ ନଦେଲେ ସ୍କୁଲ୍ କର୍ତ୍ତୃପକ୍ଷ ମଧ୍ୟ ପ୍ରତିବର୍ଷ ଭଳି ଏବର୍ଷ ବହି ବିକିଦେବେ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସାମ୍ବାଦିକ ସମ୍ମିଳନୀରେ କହିବା ସହିତ ଯଦି ସରକାର ଏହି ନିର୍ଦ୍ଦେଶକୁ ଆସନ୍ତା ୭ ଦିନ ଭିିତରେ କାର୍ଯ୍ୟକାରୀ ନକରନ୍ତି, ତେବେ ଆସନ୍ତା ଦୁଇ ଦାରିଖ ଦିନ ଗଣଶିକ୍ଷା ସଚିବଙ୍କ ବାସଭବନ ଆଗରେ ଆମରଣ ଅନଶନ କରିବ ବୋଲି ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା, ଶଙ୍କର ସାମନ୍ତରାୟ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଉପାଧ୍ୟକ୍ଷ ଶିଶିର ସାହୁ, ନନ୍ଦ କିଶୋର ମଲ୍ଲିକ,ଶୁଭଦିପା ମହାନ୍ତି, ଲିଲି ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ