ପ୍ରଳୟଙ୍କରୀ ବନ୍ୟାକୁ ୧ ମାସ :ଆସିକାବାସୀଙ୍କ ସ୍ମୃତିରେ ସେ ଦିନର ମହାତାଣ୍ଡବ ଦୃଶ୍ୟ ଏବେବି ସତେଜ

ଆସିକା (ୱାଇଏନ୍‍ଏସ୍‍) : ରାତି ପାହିଲେ ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ପୁରିବ ୧ ମାସ । ପ୍ରଳୟଙ୍କରୀ ବନ୍ୟାର ସେହି ଦିନର ବିଭିଷିକାକୁ ଆସିକାବାସୀ ଏବେ ବି ଭୁଲି ପାରିନାହାଁନ୍ତି । ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିଲା ପ୍ରଳୟଙ୍କରୀ ବନ୍ୟା। ଶହଶହ ଏକର ଜମିର ଫସଲ ନଷ୍ଟ ହେବା ସାଙ୍ଗକୁ ବହୁ ଘର ଭାଙ୍ଗି ଯାଇଥିଲା। ଏପରିକି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବନ୍ୟାପାଣି ପ୍ରବାହିତ ହୋଇଥିବାରୁ ଶହଶହ ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ମୁଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ପ୍ରଳୟଙ୍କରୀ ବନ୍ୟାକୁ ଆସନ୍ତାକାଲି ଅର୍ଥାତ୍‍ ୨୯ ତାରିଖରେ ଏକ ମାସ ପୁରିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସେ ଦିନର ମହାତାଣ୍ଡବର ଦୃଶ୍ୟ ଏବେବି ସତେଜ ହୋଇରହିଥିବା ଲକ୍ଷ୍ୟ କରାଯାଇଛି । ଗତ ଅକ୍ଟୋବର ମାସ ୨୯ ତାରିଖରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳରେ ଅବର୍ଣ୍ଣନୀୟ ଓ ଅକଳ୍ପନୀୟ କ୍ଷତି ହୋଇଥିଲା। ସାମୂଦ୍ରିକ ଝଡ ଅର୍ଣ୍ଣବ ବାତ୍ୟାଜନିତ ବନ୍ୟା ଭାଙ୍ଗି ଦେଇଥିଲା ଆସିକା ଅଞ୍ଚଳର ହଜାର ହଜାର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଚାଷୀ ଓ ସାଧାରଣ ଜନତାଙ୍କ ମେରୁଦଣ୍ଡ। ପ୍ରକୃତିର କରାଳ ଗ୍ରାସରେ ଉଜୁଡି ଯାଇଥିଲା ଫସଲ। ଅତୀତରେ ଆସିକା ଅଞ୍ଚଳରେ ଏକାଧିକ ବାର ହୋଇଥିବା ଫାଇଲିନ ଓ ହୁଡୁହୁଡୁ ମହାବାତ୍ୟା ଓ ବନ୍ୟା ଠାରୁ ସେତେବେଳେ ଭୟଙ୍କର ରୂପ ନେଇଥିଲା ଜଳପ୍ରଳୟ । ସେହି ଦିନର ଦୃଶ୍ୟ ମନେ ପଡିଲେ ଏବେବି ଆସିକା ଅଞ୍ଚଳ ବାସୀଙ୍କ ଛାତି ଥରୁଛି। ଯାହା ଆସିକା ଅଞ୍ଚଳକୁ ଛାରଖାର କରିଦେବା ସହ ପ୍ରାୟ ୨୦ବର୍ଷ ପଛକୁ ନେଇଯାଇଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି। ଗତ ୧୯୯୯ ମସିହାର ମହାବାତ୍ୟା ଠାରୁ ଆରମ୍ଭ କରି ୨୦୧୩ ମସିହାର ଫାଇଲିନ୍‍, ୨୦୧୪ ମସିହାର ହୁଡ୍‍ହୁଡ୍‍, ୨୦୧୮ ମସିହାର ତିତିଲି ବାତ୍ୟା ଓ ବନ୍ୟାର ତାଣ୍ଡବ ଆସିକାବାସୀ ଅଙ୍ଗେ ନିଭାଇଥିବା ବେଳେ ଅକ୍ଟୋବର ମାସ୨୯ତାରିଖରେ ବୋଇଥିବା ପ୍ରଳୟଙ୍କରୀ ବନ୍ୟାର ମହାତାଣ୍ଡବକୁ ଆସନ୍ତାକାଲି ଏକ ମାସ ପୁରିବାକୁ ଯାଉଛି । ସେ ଦିନର ସେହି କରାଳ ବିଭିଷୀକାକୁ ଆସିକାବାସୀ ବର୍ତ୍ତମାନ ସୁଦ୍ଧା ଭୁଲିପାରି ନାହାନ୍ତି । ପ୍ରତ୍ୟେକ ଆସିକାବାସୀଙ୍କ ସ୍ମୃତିରେ ଏବେବି ସତେଜ ହୋଇରହିଛି ସେ ଦିନର ମହାବିପର୍ଯ୍ୟୟର ଦୃଶ୍ୟ । ଗତ ଅକ୍ଟୋବର ମାସ ୨୯ ତାରିଖରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଅଙ୍ଗେ ନିଭାଇଥିବା ଆସିକାବାସୀଙ୍କ ପାଇଁ ଏହି ଦିନକୁ ଏକ ଅଭୁଲା ସ୍ମୃତି ହୋଇରହିଯାଇଛି । ସାମୂଦ୍ରିକ ଝଡ ଅର୍ଣ୍ଣବ ମହାବାତ୍ୟାର ପ୍ରଭାବରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଆସିକା ଅଂଚଳ ଛାରଖାର୍‍ କରିଦେଇଥିଲା । ଉଜୁଡି ଯାଇଥିଲା ଲୋକଙ୍କ ଜୀବନ ଜୀବିକା । ଚାରିଆଡେ ଯେମିତି ହାହାକାର ପଡିଥିଲା । କିଛି ଘଣ୍ଟାର ଜଳପ୍ରଳୟର ତାଣ୍ଡବ ଲୀଳାରେ ବଦଳି ଯାଇଥିଲା ଆସିକାର ମାନଚିତ୍ର । ପ୍ରକୃତିର ତାଣ୍ଡବ ଆଗରେ ସତେ ଯେମିତି ନିଜକୁ ଆତ୍ମସମର୍ପଣ କରିସାରିଥିଲେ ଆସିକାବାସୀ । ଶହ ଶହ ଏକର ଜମିର ଫସଲ ନଷ୍ଟ ହୋଇଥିଲା । ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଇ ସେତେବେଳେ ଆଗକୁ ବଢିଥିଲା ପ୍ରଶାସନ । ଯାହାରି ଫଳରେ ପ୍ରଳୟଙ୍କରୀ ବନ୍ୟା ସମୟରେ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଶହ ଶହ ଲୋକଙ୍କ ଜୀବନ ବଂଚିଯାଇଥିଲା । ଗତ ଅକ୍ଟୋବର ମାସ ୨୯ ତାରିଖ । ଭୁଲି ହେଉନି ସେ ସେ ଜଳପ୍ରଳୟର ଦୃଶ୍ୟ । ତାରିଖ ପରେ ତାରିଖ ବଦଳିବାରେ ଲାଗିଛି ତଥାପି ସେ ଦିନର କରାଳ ରୂପକୁ ସ୍ମରଣ କଲେ ଏବେବି ଦେହ ଶୀତେଇ ଯାଉଛି । ଆସିକାରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ପ୍ରଳୟଙ୍କରୀ ବନ୍ୟା ରଚିଥିଲା ଭୟାନକ ତାଣ୍ଡବ । ପ୍ରଳୟଙ୍କରୀ ବନ୍ୟାକୁ ଆସନ୍ତାକାଲି ଏକ ମାସ ବିତିବାକୁ ଥିବା ବେଳେ ଆସିକାବାସୀଙ୍କ ମନରୁ ଲିଭିନି ସେ ଦିନର ସେହି ଭୟାନକ ଦୃଶ୍ୟ । ଗତ ଅକ୍ଟୋବର ମାସ ୨୯ ତାରିଖରେ ପ୍ରଳୟଙ୍କରୀ ବନ୍ୟାର ବିଭିିଷିକାକୁ ଆସିକା ଅଞ୍ଚଳବାସୀ ଏବେବି ଭୁଲି ପାରିନାହାନ୍ତି । ଆସିକା ଅଞ୍ଚଳବାସୀଙ୍କ ମାନସପଟରେ ଗତ ଅକ୍ଟୋବର ମାସ ୨୯ ତାରିଖ ଏକ ଅଶୁଭ ଦିବସ ରୂପେ ଲିପିବଦ୍ଧ ହୋଇରହିଯାଇଛି । ସେ ଦିନ ଆସିକା ଅଞ୍ଚଳବାସୀଙ୍କ ପାଇଁ ଥିଲା ଏକ ଦୁଃଖଦ ଦିନ । ପ୍ରଳୟଙ୍କରୀ ବନ୍ୟାର କରାଳ ଦୃଶ୍ୟ ଏବେବି ଆସିକା ଅଞ୍ଚଳବାସୀଙ୍କ ସ୍ମୃତିରେ ରହିଯାଇଥିବା ଦେଖିବାକୁ ମିଳୁଛି । ପ୍ରଳୟଙ୍କରୀ ବନ୍ୟାର ବିଭିଷିକା ଅନେକ କିଛି ଛଡାଇ ନେଇଯାଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କୁ ଦେଇଛି ଅନେକ ଶିକ୍ଷା । ଆସିକା ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବା ଦିଗରେ ପଦକ୍ଷେପ ନିଆନଯାଇ ଅଣଦେଖା କରାଗଲେ ବିପଦ ଯେ କେତେ ଭୟଙ୍କର ହୋଇପାରେ ତାହା ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରୁ ସ୍ପଷ୍ଟ ହୋଇଯାଇଛି । ଗତ ଅକ୍ଟୋବର ମାସ ୨୯ ତାରିଖର ପ୍ରଳୟଙ୍କରୀ ବନ୍ୟା ଆସିକା ଅଞ୍ଚଳବାସୀଙ୍କୁ ଅଜସ୍ର ଦୁଃଖ ଓ ଦୁର୍ଦ୍ଧଶା ଦେଇଚାଲିଯାଇଛି । ପ୍ରଳୟଙ୍କରୀ ବନ୍ୟାର ଏକ ମାସ ପରେ ବି ଆସିକା ଅଞ୍ଚଳରେ ଜନଜୀବନ ସ୍ୱଭାବିକ ଅବସ୍ଥାକୁ ଆସିପାରି ନାହିଁ । ଯେଉଁ ଦିନ ପର୍ଯ୍ୟନ୍ତ ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନିଆନଯାଇଛି ଏଭଳି ସମସ୍ୟା ପୁଣି ଆଗାମୀ ଦିନରେ ସୃଷ୍ଟି ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନନ ନାଗରିକ ମହଲରେ ଆଲୋଚିତ ହେଉଛି । ବନ୍ୟାପାଣି ଛାଡିଛି ସତ କିନ୍ତୁ ଛାରଖାର୍‍ ହୋଇଯାଇଛି ଆସିକା । ଆସିକା ଅଞ୍ଚଳବାସୀଙ୍କ ଉପରେ ଦୁଃଖର ପାହାଡ ଲଦି ଦେଇଯାଇଛି ପ୍ରଳୟଙ୍କରୀ ବନ୍ୟା । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆସିକା ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଜବରଦଖଲକାରୀଙ୍କ ପକ୍ଷରୁ ଜଳ ନିଷ୍କାସନ ପଥଗୁଡିକୁ ଉଦ୍ଧାର କରି ବନ୍ୟା ଦାଉରୁ ହଜାର ହଜାର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଚାଷୀ ସମାଜ ଓ ବ୍ୟବସାୟୀଙ୍କୁ ସୁରକ୍ଷା କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ