ଇଭାଙ୍କାଙ୍କ ଡାଏଟ୍
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀ ମେଲାନିୟା ଟ୍ରମ୍ପ ଓ ଝିଅ ଇଭାଙ୍କା ଟ୍ରମ୍ପଙ୍କ ସହିତ ଭାରତ ଗସ୍ତରେ ଆସିଥିଲେ। ଇଭାଙ୍କାଙ୍କ ପତି ଜେରେଡ୍ କୁସନର ମଧ୍ୟ ପରିବାର ସହିତ ଭାରତ ଆସିଥିଲେ। ଇଭାଙ୍କା ପୂର୍ବରୁ ମଧ୍ୟ ଭାରତ ଆସି ସାରିଛନ୍ତି। ଏହାସତ୍ତ୍ବେ ଟ୍ରମ୍ପ ଓ ତାଙ୍କ ପରିବାର ଲୋକଙ୍କୁ ନେଇ ଭାରତର ଲୋକଙ୍କ ମନରେ ଅନେକଗୁଡ଼ିଏ ଉତ୍ସୁକତା ନଜର ଆସୁଛି। ଭାରତର ଲୋକମାନେ ଟ୍ରମ୍ପଙ୍କ ପରିବାର ଲୋକଙ୍କ ସହିତ ଜଡ଼ିତ ଅନେକ ରୋଚକ ପ୍ରଶ୍ନର ଉତ୍ତର ଇଣ୍ଟରନେଟ୍ରେ ଖୋଜୁଥିବା ଦେଖିବାକୁ ମିଳୁଛି। ଲୋକେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଅନୁସରଣ କରୁଥିବା କୋସର ଡାଏଟ୍କୁ ନେଇ ବିଭିନ୍ନ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି।
ଷ୍ଟ୍ରିକ୍ଟ କୋସର ଡାଏଟ୍ ଅନୁସରଣ କରୁଛନ୍ତି ଇଭାଙ୍କା
ଟ୍ରମ୍ପ ପରିବାରର ଇଟିଂ ହ୍ୟାବିଟ୍ ସମ୍ପର୍କରେ ଆଲୋଚନା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସି’ ଫୁଡ୍ ବହୁତ ପସନ୍ଦ। ତାଙ୍କ ପତ୍ନୀ ମେଲାନିୟା ବାଦାମ ଖାଇବାଠାରୁ ଦୂରେଇ ରହନ୍ତି। ଝିଅ ଇଭାଙ୍କା କୋସର ଡାଏଟ୍ ଅନୁସରଣ କରୁଛନ୍ତି। ଜେରେଡ କୁସନରଙ୍କୁ ବିବାହ କରିବା ପୂର୍ବରୁ ଇଭାଙ୍କା ଜୋରାଷ୍ଟର ଧର୍ମ ଅବଲମ୍ବନ କରିଥିଲେ। ତେଣୁ ଇଭାଙ୍କା ଷ୍ଟ୍ରିକ୍ଟ କୋସର ଡାଏଟ୍ ଅନୁସରଣ କରି ଆସୁଛନ୍ତି। କିଟୋ ଡାଏଟ୍ କିମ୍ବା ଜିଏମ୍ ଡାଏଟ୍ ଭଳି କୋସର ଡାଏଟ୍ କୌଣସି ଓଜନ ହ୍ରାସ କରୁଥିବା ଡାଏଟ୍ ନୁହେଁ ବରଂ ଏହା ପାରମ୍ପରିକ ଜୋରାଷ୍ଟର ନିୟମ ଆଧାରରେ ଖାଦ୍ୟପେୟ ସହିତ ଜଡ଼ିତ କିଛି ଷ୍ଟ୍ରିକ୍ଟ ଷ୍ଟାଣ୍ଡାର୍ଡ ଓ ଫୁଡ୍ ଆଇଟମ୍କୁ ସାମିଲ୍ କରି ତିଆରି କରାଯାଇଥାଏ।
କୋସର ଡାଏଟ୍ ଅଧୀନରେ ଖାଦ୍ୟକୁ ନେଇ ହୋଇଛି କିଛି ନିୟମ
ଜୋରାଷ୍ଟର ସମ୍ପ୍ରଦାୟର ସମସ୍ତ ଲୋକ ଏହି କୋସର ଡାଏଟ୍ ଅନୁସରଣ କରିବା ଜରୁରୀ ନୁହେଁ। କେତେକ ଲୋକେ ଏହାକୁ କଠୋର ଭାବେ ଅନୁସରଣ କରୁଥିବାବେଳେ କେତେକ ଲୋକେ ଏହି ଡାଏଟ୍ର କିଛି ନିୟମ ପାଳନ କରିଥାନ୍ତି। କେତେକ ଲୋକେ ଏହି ନିୟମ ଆଦୌ ପାଳନ କରନ୍ତି ନାହିଁ। ହିବ୍ରୁ ଶବ୍ଦ କାସରରୁ ଆସିଛି, ଯାହାର ଅର୍ଥ ହେଉଛି ଶୁଦ୍ଧ, ଉପଯୁକ୍ତ ବା ଖାଇବା ଯୋଗ୍ୟ। କୋସର ଡାଏଟ୍ ଅଧୀନରେ କେତେକ ନିୟମ ପାଳନ କରାଯାଇଛି କେଉଁ ଖାଦ୍ୟ ଖାଇପାରିବେ, କାହା କାହା ସହିତ ଖାଇପାରିବେ ଓ କେଉଁ ଜିନିଷକୁ ଆଦୌ ଖାଇପାରିବେ ନାହିଁ। ଏଥିସହିତ ଏ କଥାର ମଧ୍ୟ ଧ୍ୟାନ ରଖାଯାଏ ଯେ ଖାଇବା ପୂର୍ବରୁ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଇଛି ଏହାର ଉତ୍ପାଦନ ଓ ପ୍ରୋସେସଡ୍ କିପରି ହୋଇଛି। ଏହାକୁ କିପରି ରନ୍ଧା ଯାଇଛି ଏସବୁ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।
କୋସର ଡାଏଟ୍ରେ ୩ ପ୍ରକାରର ଫୁଡ୍ କ୍ୟାଟିଗୋରି ହୋଇଥାଏ
କୋସର ଡାଏଟ୍ରେ ସ୍ତନପାୟୀ ପ୍ରାଣୀ ଓ ପକ୍ଷୀ ସାମିଲ୍ ଅଛନ୍ତି। ଡାଏରୀରେ କ୍ଷୀର, ଚିଜ୍, ଲହୁଣୀ ଓ ଦହି ଆଦି ରହିଛି। ପାରେଭେରେ ଏଭଳି ଖାଦ୍ୟ ପଦାର୍ଥ ସାମିଲ୍ ରହିଛି ଯାହା ମାଂସ କିମ୍ବା ଦୁଗ୍ଧ ଜାତୀୟ ଜିନିଷ ନୁହେଁ ବରଂ ମାଛ, ଅଣ୍ଡା ଓ ପ୍ଲାଣ୍ଟ ଜାତୀୟ ଖାଦ୍ୟ ରହିଛି।
ଭୋଜନକୁ ନେଇ କେତେକ ନିୟମ
କୋସର ଡାଏଟ୍ ଅଧୀନରେ ମାଂସ ଶ୍ରେଣୀରେ ଆସୁଥିବା ଖାଦ୍ୟ ପଦାର୍ଥକୁ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ସହିତ ଖାଇବା ମନା। ଏଥିସହିତ ମାଂସ ଓ ଦୁଗ୍ଧ ଜାତୀୟ ବାସନ ଓ ସିଙ୍କକୁ ଅଲଗା ଅଲଗା ରଖାଯିବା ଉଚିତ। ମିଟ୍ ପ୍ରଡକ୍ଟ ସେବନ କରିବା ପରେ କିଛି ଘଣ୍ଟା ଯାଏ ରୋକିବା ଉଚିତ ଓ ଏହା ପରେ ଯାଇ ଡାଏରୀ ପ୍ରଡକ୍ଟ ସେବନ କରାଯାଇପାରିବ। ସେହିପରି ପାରେଭେକୁ ନ୍ୟୁଟ୍ରାଲ ଭାବେ ଗ୍ରହଣ କରାଯାଏ। ଏହାକୁ ମାଂସ କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥ ସହିତ ଖାଇପାରିବେ।


