‘କୋଇଲା ରୟାଲଟି ପ୍ରସଙ୍ଗ ଉଠିବ’

ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଜନସଚେତନତା ସୃଷ୍ଟି ପାଇଁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେ ପୂର୍ବାଞ୍ଚଳ କାଉନସିଲ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଉକ୍ତ ବୈଠକରେ ଓଡ଼ିଶା କୋଇଲା ରୟାଲଟି ପ୍ରସଙ୍ଗ ଉଠାଯିବ । ୧୧ ହଜାର ଗାଁରେ ମୋବାଇଲ ସେବା ଉପଲବ୍ଧ ନଥିବା କଥା ଉଠାଇବୁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ