କୋଣାର୍କରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଣାର୍କ:(ଗଣେଶ ଚନ୍ଦ୍ର ବେହେରା) ଜନସାଧାରଣ ପାଇବେ ୭ * ୨୪ ଘଣ୍ଟା ସୁରକ୍ଷା । ସାବାଡ଼ ହେବେ ମଦୁଆ , ଅସାମାଜିକ ଯୁବକ , ରୋଡ଼ ରୋମିଓ , ଜମି ଓ ଝିଅ ଦଲାଲ । ଲୋକେ ପାଇବେ ତାଙ୍କର ସମସ୍ତ ମୌଳିକ ଅଧିକାର , ଖୁବଶୀଘ୍ର ସମାଧାନ ହେବ ଥାନାରେ ଦୀର୍ଘଦିନରୁ ପଡିରହିଥିବା ବିଭିନ୍ନ ମାମଲା । କୋୖଣସି ଅପରାଧୀକ କାର୍ଯ୍ୟକଳାପ କୁ ବରଦାସ୍ତ କରାଯିବ ନାହିଁ । ନାରୀ ଓ ଝିଅ ମାନଙ୍କୁ ମିଳିବ ସମ୍ପୂର୍ଣ୍ଣ ସୁରକ୍ଷା । ପୁରା ଆକ୍ସନ ମୁଡରେ ଏବେ କୋଣାର୍କ ପୋଲିସ । ଆଜି ଏନେଇ କୋଣାର୍କରେ ଅନୁଷ୍ଠିତ ହୋଇଯାଇଛି ଆମ ପୋଲିସ ସମିତି କାର୍ଯ୍ୟକ୍ରମ । ଏଥିରେ ନିମାପଡା ଏସ୍ଡିପିଓ ପ୍ରଦୀପ କୁମାର ଦେଲେଇ ସଭାପତିତ୍ୱ କରି କିପରି ପୋଲିସ ଓ ଜନସାଧାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ଓ କୋଣାର୍କରେ ହେଉଥିବା ଟ୍ରାଫିକ ସମସ୍ୟା ର ସମାଧାନ ହୋଇପାରିବ ସେନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ନିଜ ଅଭିଭାଷଣ ଜରିଆରେ ପ୍ରକାଶ କରିଥିଲେ । ସେହିପରି କୋଣାର୍କ ଥାନା ଆଇ ଆଇ ସି ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ କିପରି ଉଚିତ ନ୍ୟାୟ ଓ ସମ୍ମାନ ପାଇବେ ସେ ବିଷୟରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମନଙ୍କ ମଧ୍ୟରେ କୋଣାର୍କର ସୁରକ୍ଷା ସମିତି ମଞ୍ଚର ସଭାପତି ବାଦଲ କୁମାର ଦାସ , ବିଜେଡ଼ି ନେତା ପଦ୍ମ ଚରଣ ବେଉରା , ରାମ କୃଷ୍ଣ ମହାନ୍ତି , କୋଣାର୍କ ଅଞ୍ଚଳର ଅନେକ ବରିଷ୍ଠ ବୁଦ୍ଧିଜୀବି ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।