ଚନ୍ଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୁଣ୍ଣାହୁତୀ

ହାଟଡ଼ିହି : ଚୋରଗଡିଆ ଗ୍ରାମରେ ନବ ନିର୍ମିତ ଚନ୍ଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଗ୍ରାମଟି ଉତ୍ସବ ମୁଖରିତ ହୋଇପଡିଥିଲା । ମଙ୍ଗଳବାର ସନ୍ଧ୍ୟାରେ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବେ ଗଙ୍ଗାଧର ସାମଲ, ଗୋଲାପ ରାଣୀ ସାମଲ, ଧୁଶାସନ ସାମଲ, ପାର୍ବତୀ ସାମଲ, କୋଦଣ୍ଡଧର ଦାସ, ଦାମୋଦର ନାୟକ, ଗୋପବନ୍ଧୁ ସାହୁ, ରମେଶ ଦାସ, ଭାଗିରଥି ନାୟକ, ନରେନ୍ଦ୍ର ସାମଲ, ସୁଧାଶୁଂ ଜେନା, ନବଘନ ସାହୁ, ଅନାଦି ଦାସ, ଲଛମନ ବେହେରା, ବଳରାମ ସାହୁଙ୍କ ସମେତ ୮୧ଟି କଳଶ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ପଣ୍ଡିତ ଦାସରଥି ଦେବତା, ଆନନ୍ଦ ଚନ୍ଦ୍ର ଦେବତା, ବିଣ୍ଣୁମୋହନ ସତପଥି, ପ୍ରଶାନ୍ତ କର, ଜଗମୋହନ ମିଶ୍ର, ରାଜେଶ ମିଶ୍ର ପ୍ରମୁଖ ଆଚାର୍ଯ୍ୟ ମାନଙ୍କ ବେଦମନ୍ତ୍ର ଧ୍ୱନୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ଧ୍ୱଜ ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରବେଶ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ସୂର୍ଯ୍ୟପୂଜା, ଧେନୁ ପୂଜା, ରୁଦ୍ରାଭିଷେକ କରାଯାଇ ଗୀତାଯଜ୍ଞ କରାଯାଇଥିଲା । ଅପରାହ୍ନରେ ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଶାସଙ୍ଗ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ତିନଦିନ ଯାକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ନାମ ସଂଙ୍କିର୍ତ୍ତନ, ଭଜନ ସନ୍ଧ୍ୟା, ଓ ପାଲା ଆଦି ପରିବେଷଣ କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧ ବନୀତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ