ବାଙ୍ଗୋର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ହାଟଡ଼ିହି : ବାଙ୍ଗୋର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଏନପିସି ସଂଘର ସଭାପତି ସୁରେନ୍ଦ୍ର କୁମାର ରାଉତ, ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କର, ବାଙ୍ଗୋର ସିଆରସିସି ବସନ୍ତ କୁମାର ନାୟକ, ଗୋବିନ୍ଦ ଚନ୍ଦ୍ର ବାରିକ, ନରେନ୍ଦ୍ର ମହାରଣା, ବିଦ୍ୟାଳୟର ଚେୟାରମ୍ୟାନ ପ୍ରମୋଦ କୁମାର ପଣ୍ଡା, ଶିଶିର କୁମାର ରାଉତରାୟ, ସ୍ମିତା ପଢ଼ିଆରୀ, ମିନାକ୍ଷୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଶଶି ଭୂଷଣ ପୁହାଣ ଓ ସତ୍ୟ ନାରାୟଣ ଜେନାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗାଧର ମହୁରୀ, ବିଷ୍ଣୁ ପ୍ରସାଦ ବୋଇତେଇ, ମନୋରମା ଦାସ, ପ୍ରଭାତୀ ସାହୁ, ବାଣୀଶ୍ରୀ ରାଉତ, ଜଗଦୀଶ ଜେନା, ଖେଳ ଶିକ୍ଷକ ଚିନ୍ମୟ ଖମାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ଗାରିମା’ରେ ବ୍ରୋଞ୍ଚ ଓ ସିଲଭର ହାସଲ କରିବା ସହ ଡିଏମଏଫ ବୃତ୍ତି ପରୀକ୍ଷାରେ ତୃତୀୟରେ ୬ଜଣ, ପଞ୍ଚମରେ ୧୦ଜଣ ଓ ଅଷ୍ଟମରେ ୧୩ଜଣ କୃତ୍ତିତ୍ୱ ହାସଲ କରିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ