ପତିଙ୍କଠାରୁ କ’ଣ ଆଶା ରଖନ୍ତି ନବ ବିବାହିତା ପତ୍ନୀ!

ବାହାଘର ପରେ ନୂଆ ହୋଇ ଶାଶୁଘରକୁ ଆସିଥିବା ବୋହୂଟିଏ ନିଜ ପତିଙ୍କଠାରୁ ଅନେକ କିଛି ଆଶା ରଖିଥାନ୍ତି। ଜୀବନର ଏହି ନୂଆ ଯାତ୍ରାକୁ ନିଆରା ଢଙ୍ଗରେ ଆରମ୍ଭ କରିବା ପାଇଁ ପ୍ରତ୍ୟେକ ବୋହୂ ଚାହିଥାଏ। ଯେପରି ତାଙ୍କର ଏହି ଦିନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ। ସେହି ସ୍ମୃତିକୁ ଜୀବନସାରା ହୃଦୟ ଭିତରେ ସଜାଇ ରଖିପାରିବେ। ଚାଲନ୍ତୁ ଜାଣିବା ବାହାଘରର ପ୍ରଥମେ ପ୍ରଥମେ ନୂଆ ବୋହୂଟିଏ ନିଜ ପତିଠାରୁ କ’ଣ କ’ଣ ଆଶା ରଖିଥାନ୍ତି।
– ନୂଆ ବାହାହୋଇ ଶାଶୁଘରକୁ ଆସିଥିବା ବୋହୂଟିଏ ଚାହିଥାନ୍ତି ତାଙ୍କ ନୂଆ ଜୀବନର ଆରମ୍ଭ ରୋମାଞ୍ଚକର ଏବଂ ରୋମାନ୍ସଭରା ହେଉ।
– ନୂଆ ବୋହୂଟିଏ ଚାହେଁ ତାଙ୍କ ପତି ନିଜର ସମସ୍ତ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ତାଙ୍କର ପରିଚୟ କରାନ୍ତୁ।
– ଛାତ ଉପରେ ବସି ଖୋଲା ଆକାଶ ତଳେ ତାରାଙ୍କ ଗହଣରେ ଘଣ୍ଟା ଘଣ୍ଟା ଧରି ପତିଙ୍କ ସହ କଥା ହେବାକୁ ନୂଆ ବାହାହୋଇ ଆସିଥିବା ପତ୍ନୀ ଚାହିଥାନ୍ତି।
– ପତି ତାଙ୍କ ପାଇଁ ଏମିତି କିଛି କରନ୍ତୁ, ଯାହା ତାଙ୍କୁ ସ୍ପେସାଲ ଫିଲ୍‌ ହେବ ବୋଲି ନବ ବିବାହିତା ପତ୍ନୀ ଚାହାନ୍ତି।
– ଉଭୟେ ଉଭୟଙ୍କ ସହ ଅଧିକରୁ ଅଧିକ ସମୟ ବିତାନ୍ତୁ। ତାଙ୍କ ପତି ତାଙ୍କୁ ବହୁତ ଭଲ ପାଆନ୍ତୁ ବୋଲି ପତ୍ନୀ ଚାହିଥାନ୍ତି।
– ଯେତେବେବେଳେ ସମୟ ମିଳିବ ପତି ତାଙ୍କ ସହ ମିଶି ବାପାମା’ଙ୍କୁ ଭେଟିବା ପାଇଁ ଯିବାକୁ ନୂଆ ବାହା ହୋଇଆସିଥିବା ପତ୍ନୀ ଚାହାନ୍ତି।
– ପତିଙ୍କ ସହ ଶପିଂ କରିବାକୁ ଯିବାକୁ ଅଧିକ ଭଲ ପାଆନ୍ତି ନବ ବିବାହିତା ପତ୍ନୀ। ଯାହାଫଳରେ ନିଜ ପସନ୍ଦର କିଛି କିଣାକିଣି କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ