ହୁରୁନ୍‌ ଗ୍ଲୋବାଲ୍‌ ଧନୀକ ତାଲିକାର ନବମ ସ୍ଥାନରେ ମୁକେଶ ଅମ୍ବାନୀ

ମୁମ୍ବାଇ : ହୁରୁନ୍‌ ଗ୍ଲୋବାଲ୍‌ ପକ୍ଷରୁ ଶନିବାର ଦିନ ବଶ୍ବର ଶ୍ରେଷ୍ଠ ଧନୀକଙ୍କ ତାଲିକା ପ୍ରକାଶ ପାଇଛି । ଏକମାତ୍ର ଭାରତୀୟ ଭାବରେ ମୁକେଶ ଅମ୍ବାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାର ପ୍ରକାଶିତ ତାଲିକାରେ ଅମ୍ବାନୀ ନବମ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍‌ଟର ଷ୍ଟିଭ୍‌ ବାଲ୍‌ମର ଏବଂ ଗୁଗୁଲ୍‌ର ଲାରୀ ପେଜ୍‌ଙ୍କ ସହିତ ଯୁଗ୍ମ ଭାବରେ ନବମ ସ୍ଥାନରେ ରହିଛନ୍ତି । ଟପ୍‌ ଟେନ୍‌ ମଧ୍ୟରେ ଦ୍ବିତୀୟ ଥର ପାଇଁ ସ୍ଥାନ ପାଇଥିବା ଅମ୍ବାନୀଙ୍କ ସମ୍ପତ୍ତି ପରିମାଣରେ ୧୩ ବିଲିୟନ୍‌ ଡଲାରର ଅଭିବୃଦ୍ଧି ସହିତ ୬୭ ବିଲିୟନ୍‌ ଡଲାରରେ ପହଞ୍ଚିଛି । ଜିଓର ସଫଳତା କାରଣରୁ ଅମ୍ବାନୀଙ୍କ ସମ୍ପତ୍ତିରେ ଏହି ଅଭିବୃଦ୍ଧି ଘଟିଛି । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ ୧୪୦ ବିଲିୟନ୍‌ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ବିଲ୍‌ ଗେଟ୍‌ସ୍‌ ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ବେଜୋସ୍‌ଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ ୪୪ ବିଲିୟନ୍‌ ଡଲାର ସହିତ ଏହି ତାଲିକାରେ ପ୍ରବେଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ