ବିଧାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ
ପୋଲସରା (ଅନିଲ କୁମାର ମହାରଣା )ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ବ୍ଲକ ଓ ଏନଏସି ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାପଡିଛି।ଶୁକ୍ରବାର ଦିନ ହାତୀଓଟ ଗ୍ରାମରେ ଅଷ୍ଟଦୁର୍ଗା ରୁଦ୍ର ସେବକ ମାଳି ସମାଜ ସଭା ଗୃହକୁ ଉଦଘାଟନ କରିଥିଲେ। ଶନିବାର ଦିନ ପୋଲସରା ଏନଏସି ସଭାଗୃହରେ ଆୟୋଜିତ ଉତ୍ସବରେ ୯୭ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଉପସ୍ଥିତ ଥିଲେ। ସେହିପରି ପୋଲସରା ବ୍ଲକର ଖୁଣ୍ଟୁଖୁଣ୍ଟା ଗ୍ରାମର ମା ଠାକୁରାଣୀ ମନ୍ଦିର ଓ ଲଛିପୁର ଗ୍ରାମରେ ବିଜୁ ବିଶ୍ରାମାଗାର ଦୁଇଟି ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ଦୁଇ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ଏବଂ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।