ନେଦରଲାଣ୍ଡରେ ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ
ଆମଷ୍ଟରଡାମ: କୋରୋନା ଭାଇରସ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ୟୁରୋପୀୟ ଦେଶ ନେଦରଲାଣ୍ଡରେ ପ୍ରଥମ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ନେଦରଲାଣ୍ଡର ତିଲବର୍ଗ ସହରରେ ରହୁଥିବା ଜଣେ ବ୍ୟକ୍ତି କିଛିଦିନ ତଳେ ଇଟାଲୀର ଲାମ୍ବାର୍ଡି ଅଞ୍ଚଳ ଗସ୍ତ କରିଥିଲେ। ଏହାପରେ ସେ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ପ୍ରକାଶ କରିଛି ଡଚ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ପବ୍ଲିକ ହେଲ୍ଥ। ଏବେ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ଚୀନରେ ପ୍ରଥମେ ଗତବର୍ଷ ଡିସେମ୍ବରରେ ଦେଖାଦେଇଥିବା ଏହି କୋରୋନା ଭାଇରସ ଏବେ ସୁଦ୍ଧା ପାଖାପାଖି ୪୫ ଦେଶକୁ ବ୍ୟାପି ସାରିଲାଣି।


