ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା : ଦକ୍ଷିଣେଶ୍ୱର ଯୁବକ ସଙ୍ଘ ଆନୁକୁଲ୍ୟରେ ବଡପଡା ଗ୍ରାମପଂଚାୟତର କାଠିଆପଡା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଚଣ୍ଡିଖୋଲର ସାଇ ନେତ୍ର ମନ୍ଦିର ପକ୍ଷରୁ ଡାକ୍ତର ଓ ଷ୍ଟାଫମାନେ ଯୋଗଦେଇ ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଆସନ୍ତା ଦିନରେ ଅସ୍ତ୍ରୋ୍ରପ୍ରଚାର କରିବାକୁ ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ରୋଗୀର ମୋତିଆବିନ୍ଦୁ ଅସ୍ତ୍ରୋ୍ରପ୍ରଚାର ସମ୍ପୂର୍ଣ୍ଣ ମାଗଣାରେ କରାଯିବ । ଏହି ଶିବିରକୁ ପ୍ରିୟବତ ପାଢୀ, ଦେବାଶିଷ ଦାଶ, ଚନ୍ଦନ ଦାଶ, ପ୍ରମୋଦ କର, ସରୋଜକାନ୍ତ ମହାନ୍ତି, ଅବିନାଶ ମହାରଣା, କଳାକାର ପଣ୍ଡା ଓ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।