ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୧୯-୨୦୨୦

ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ବ୍ରହ୍ମପୁର ଓ ସିଦ୍ଧେଶ୍ବର ଯୁବ କେନ୍ଦ୍ର ଟୋକାଗଣ୍ଡା ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜବାହାର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ତା ୨୫.୦୨.୨୦୨୦ ରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ା ଏଥିରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ଶ୍ରୀମତୀ ଝୁନୁ ସେଠୀ ,ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଣ୍ଡା ,ପି.ଇ.ଟି ଶିକ୍ଷକ ଶରତ ଚନ୍ଦ୍ର ବେହେରା ,ଶିକ୍ଷକ ଗଣେଶ ପଣ୍ଡା ପ୍ରମୁଖ ଯୋଗଦେଇ କାର‌୍ୟ୍ୟକ୍ରମର ଉଦଘାଟନ କରିଥିଲେ ାଗ୍ରାମାଞ୍ଚଳରେ ଏହିପରି କ୍ରୀଡା କାର‌୍ୟ୍ୟକ୍ରମର ଆୟୋଜନ କରି ଗ୍ରମୀଣ ଯୁବକଙ୍କ ଦକ୍ଷତା ବୃଦ୍ଧି ନିମିତ୍ତ ପ୍ରଚେଷ୍ଟାକୁ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ ାପରେ ଶତାଧିକ ଯୁବକଙ୍କୁ ନେଇ ଲମ୍ବ ଡିଆଁ, ଉଚ୍ଚ ଡିଆଁ, କବାଡି,ଖୋ ଖୋ , ଦୌଡ, ଓ ଭଲିବଲ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ା ଏଥିରେ ଭଲ୍ୟୁଣ୍ଟର ଗୋପାଳ ଗୌଡ ,ଅଜିତ କୁମାର ସ୍ବାଇଁ, ସିତୁନ୍ ସେଠୀ, ଟୁଲୁ ସ୍ବାଇଁ ,ଗୋବିନ୍ଦ ବେହେରା,ଚନ୍ଦନ ସାହୁ, ବାଳକୃଷ୍ଣ ବାଡତ୍ୟା ପ୍ରଭୃତି ଯୋଗ ଦେଇ କ୍ରୀଡାର ସୁଚାରୁ ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବଳରାମ ସାହୁ, ରବୀନ୍ଦ୍ର ଜେନା, ସରୋଜ ବେହେରା, ଇନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ