ଜୋନାଲ୍ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଗତକାଲି ଠାରୁ ଆସିକା ପୌର ପରିଷଦ ଅନ୍ତର୍ଗତ ପିଏମ୍ଶ୍ରୀ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ୍ ଖେଳପଡିଆ ପରିସରରେ ଆରମ୍ଭ ହୋଇଥିବା ଦୁଇଦୀବସୀୟ ଜୋନାଲ୍ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି । ଆସିକା ବ୍ଳକ ବିଦ୍ୟାଳୟ କ୍ରୀଡା ସଂଗଠନର ସଭାପତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ଜୋନାଲ୍ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତାର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, କ୍ରୀଡାଶିଶ୍ରକ ମନୋରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ କ୍ରୀଡାର ବିକାଶ ଏବଂ କ୍ରୀଡା ପ୍ରତିି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରି କ୍ରୀଡା ମାଧ୍ୟମରେ ଶରୀର ସୁସ୍ଥ ରହିବା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ ଜ୍ଞାନ ବଢିବା ସହ ମାନସିକ ବିକାଶରେ ସହାୟକ ହୋଇଥାଏ ତେଣୁ ବିଦ୍ୟାର୍ଥୀମାନେ କ୍ରୀଡା କ୍ଷେତ୍ରରେ ଆଗକୁ ଅଗ୍ରସହ ହେବା ସହ ଜିଲ୍ଲା ଓ ରାଜ୍ୟର ଗୌରବକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ୍ ଖେଳପଡିଆ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଜୋନାଲ୍ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ହରିଡାପଦର, ଆସିକା ସଦର, କାଳଷଣ୍ଢପୁର, ନଳବଣ୍ଟା କ୍ଳଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ୧୪ ଓ ୧୭ ବର୍ଷରୁ କମ୍ ଆଗ୍ରହୀ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଦୌଡ, ଉଚ୍ଚଡିଆଁ, ଲମ୍ବଡିଆଁ, ତ୍ରିପଦ ଡିଆଁ, ବର୍ଚ୍ଛା ଫୋପଡା, ସଟ୍ଫୁଟ୍ ଥ୍ରୋ, କବାଡି, ଖୋଖୋ, ଯୋଗାସନ ସମେତ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ଜୋନାଲ୍ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ବ୍ଳକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ଜୋନାଲ୍ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ରଂଜିିତ୍ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ଅର୍ଚ୍ଚନା ପାଢୀ, ମମତା କୁମାରୀ ଭଂଜ, ବଟକୃଷ୍ଣ ଗୌଡ, ଅଜିତ୍ କୁମାର ରଣା, ନର୍ମଦା କୁମାରୀ ସ୍ୱାଇଁ, ଚନ୍ଦ୍ରିକା କୁମାରୀ ସାନୁ, ମନୋରଂଜନ ପଣ୍ଡା, ସବିତା ତ୍ରିପାଠୀ, ଗାୟତ୍ରୀ ପାତ୍ର, ଜୁଲି ରଥ, ପ୍ରଜ୍ଞା ପରିମିତା ପଣ୍ଡା, ଦେବେନ୍ କୁମାର ନାୟକ, ଅନିଲ୍ ବେହେରା, ଆଦିତ୍ୟ ଓଡଣ୍ଡ୍ରା, ମିରାବାଇ ପାତ୍ର, ରଶ୍ମିତା ମିଶ୍ର, କ୍ରୀଡା ଶିକ୍ଷକ ଏସ୍କେ ୟୁସ୍ରୁ୍ରଫ୍ କଳାପାହାଡ, ଚନ୍ଦ୍ରଶେଖର ଦାଶ, ଦେବରାଜ ଜେନା, ଅଶ୍ୱିନୀ ମହାଙ୍କୁଡ, ଇନ୍ଦିରା ଦାଶ, ଜାନକୀ ରାଉତ, ଜି.ରାହୁଳ ପାତ୍ର, ସୁଧିର କୁମାର ପାଢୀଙ୍କ ସମେତ ଶିକ୍ଷାବିଭାଗର ବହୁ ଶିକ୍ଷକ, କ୍ରୀଡାଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ପିଏମ୍ଶ୍ରୀ ହରିହର ହାଇସ୍କୁଲ ମିନିଷ୍ଟାଡିୟମ୍ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ଜୋନାଲ୍ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।


