ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ
ଆସିକା (ୱାଇଏନ୍ଏସ୍) :ଆସିକା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ବୁଧବାର ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ସଂଯୋଜନା ଓ ବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ବ୍ଳକ ଉପାଧ୍ୟକ୍ଷା ଏସ୍.ରେଶମା ଦୋରା, ଏବିଡିଓ ସୁଶାନ୍ତ କୁମାର ବେହେରା, ଜିପିଡିଓ ରାଜଶ୍ରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଆସିକା ପଞ୍ଚାୟତ ସମିତିର ଏହି ସାଧାରଣ ଅଧିବେଶନରେ ଜଳ ଓ ପରିମଳ, ଟିପିଏସ୍ଓଡିଏଲ୍, ଶିଶୁବିକାଶ ପ୍ରକଳ୍ପ, ସ୍ୱାସ୍ଥ୍ୟ, ମତ୍ସ୍ୟ ଓ ପଶୁସଂପଦ, ଶିକ୍ଷା, ଶିଳ୍ପବିକାଶ, କୃଷି, ମୃତ୍ତିକା ସଂରକ୍ଷଣ, ମନରେଗା, ପଞ୍ଚଦେଶୀୟ କେନ୍ଦ୍ରୀୟନ ଅର୍ଥ କମିଶନ ଓ ପଞ୍ଚମ ଅର୍ଥ କମିଶନ, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଓଡିଶା ଜୀବିକା ମିଶନ୍ ସମେତ ବିଭିନ୍ନ ବିଷୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା ବ୍ଳକର ଏହି ଅଷ୍ଟମ ସାଧାରଣ ଅଧିବେଶନରେ ଟିପିଏସ୍ଓଡିଲ୍ର ନୁଆଗାଁ ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର ପଣ୍ଡା, ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍ କୁମାର ପାତ୍ର, ସୋଲାର୍ ପ୍ରକଳ୍ପର ଉପସହକାରୀ ଯନ୍ତ୍ରୀ ନିର୍ମଳ କୁମାର ଦେହୁରୀ, ସିଡିପିଓ ଶାନ୍ତିକରସୁଦ୍ଧା ପଟ୍ଟନାୟକ, ଆସିକା ବନପାଳ ଶରତଚନ୍ଦ୍ର ବେହେରା, ବିପିସି କିରଣ କୁମାର ସାହୁ, ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା, ଆସିକା ଯୋଗାଣ ନୀରିକ୍ଷକ ସର୍ମିଷ୍ଟା ଦଳବେହେରା, ଏବିଇଓ ଭଂଜ ବେହେରା, ଆସିକା ବ୍ଳକର ଏବିିଡିଓ ସୁୁଶାନ୍ତ କୁମାର ବେହେରା, ଜିପିଡିଓ ରାଜଶ୍ରୀ ସାହୁ, ଆସିକା ବ୍ଳକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀନିବାସ ପାତ୍ର, ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ସାହୁ, ଇଂ ବାବୁରାମ ନାୟକ, ଇଂ ପ୍ରମୋଦ କୁମାର ପାଢୀ, ଇଂ ସର୍ମିଷ୍ଟା ପଣ୍ଡା, କନିଷ୍ଠ ଯନ୍ତ୍ରୀ ଇଂ ତାରିଣୀ ସାହୁ, ଇଂ ରମେଶ ପ୍ରଧାନ, ଇଂ ପ୍ରଭାତୀ ପାଢୀ, ଇଂ ମନୋଜ କୁମାର ବେହେରା, ଇଂ ବିଦ୍ୟୁତପ୍ରଭା ରଥ, ପିଇଓ ସୁଶାନ୍ତ କୁମାର ଭୂୟାଁ, କୁଳମଣି ସାହୁ, ପ୍ରଦୀପ କୁମାର ପାତ୍ର, ସୁଶାନ୍ତ କୁମାର ଗୌଡ, ସିଦ୍ଧିରଂଜନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ସୌଦାମିନି ନାୟକ, ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚୀ, ଜୟସେନ ସ୍ୱାଇଁ, ଭବାନୀ ଶଙ୍କର ମଲିକ, ଜୟନ୍ତୀ ବେହେରା, ମନୋଜ ପରିଡା, ଲକ୍ଷ୍ମୀ ବେହେରା, ରିଙ୍କି ଲେଙ୍କା, ସମିତି ସଭ୍ୟ ଭରତ ନାହାକ, ଅମିତ୍ ନାହାକ, ତ୍ରିନାଥ ବେହେରା, ଗାୟତ୍ରୀ ଆଚାର୍ଯ୍ୟଙ୍କ ସମେତ ବହୁ ବିଭିନ୍ନ ପଞ୍ଚାୟତର ବହୁ ଜନପ୍ରତିନିିଧି ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପଞ୍ଚାୟତ ସମିତିର ଏହି ସାଧାରଣ ଅଧିବେଶନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ସରଗରମ ଆଲୋଚନା ହୋଇଥିବା ଦେଖିବାକୁ ମିଳିଥିଲା ।


