ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟରେ ଗଜ ଜ୍ୟୋତି – ୨୦୨୦ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ପରିସରରେ ଗଜ ଜ୍ୟୋତି-୨୦୨୦ ତଥା ବିଶ୍ୱ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ଉତ୍ସବର ପ୍ରଥମ ଦିନରେ ୧୫୦ରୁ ଉର୍ଦ୍ଧ ପ୍ରତିଯୋଗି ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇଥିବାବେଳେ ପ୍ରାୟ ୨ହଜାରରୁ ଉର୍ଦ୍ଧ ଦର୍ଶକ ଉପସ୍ଥିତଥିଲେ । ଏହି ଉତ୍ସବ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଦର୍ଶନୀ ମେଢ ସହ ଆରମ୍ଭ ହୋଇଥିଲା । ସେହିପରି ପାରମ୍ପାରିକ ନୃତ୍ୟଗୀତର ଆୟୋଜନ ମଧ୍ୟ କରାଯାଇଥିଲା । କୁଳ ସଚିବ ଡ.ଅନୀତା ପାତ୍ର ବାର୍ଷିକ ବିବରଣୀ ଗ୍ରାଫିକ୍ସ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହା ସହ ଡ. ଦ୍ରୀତା ଭଦ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗ୍ରୁପ ଆକ୍ଟ ପ୍ରଦର୍ଶିତ ହୋଇଥିଲା । ପ୍ରାୟ ସବୁ ବିଭାଗର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ଡ. ସାଗର ମୌତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପତ୍ରିକା “ଗଜ ଜ୍ୟୋତି-୨୦୨୦” ଉନ୍ମଚିତ ହୋଇଥିଲା । ଦର୍ଶକମାନେ ପ୍ରଥମ ଦିବସରେ ବିଭିନ୍ନ ସୋର ମଜା ଉଠାଇଥିଲେ । ମାଷ୍ଟରସେଫ ଏବଂ କୁଇଜ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉପରେ ଏକ ଲାଇଟ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ କଲିକତାର କଳାକାରମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ପ୍ରଥମ ଦିନର ଶେଷ କାର୍ଯ୍ୟକ୍ରମ ଭାବେ ଆଲିବାବା ସୋ ଅନୁଷ୍ଠିତ ହୋଇଥିଲା । ଡେପୁଟି ରେଜିଷ୍ଟ୍ରାର ପ୍ରଫେସର ସନ୍ଦୀପନ ପାଇନ ବିଶ୍ୱ ବିଦ୍ୟାଳୟର ଇତିହାସ ଉପରେ କହିଥିଲେ । ଏହି ପ୍ରଥମ ଦିବସରେ ଡ. ଦେବେନ୍ଦ୍ର ରେଡ୍ଡୀ, ଡ. ଏସ୍.ପି. ନନ୍ଦ ପ୍ରଫେସର ସାଦତ ଅଲ୍ଲୀ, ଡ. ସୁଭେନ୍ଦୁ ମିଶ୍ର, ଡ. ଶିବାଲା କୁମାର ପ୍ରମୁଖ ଉପସ୍ଥିତଥିଲେ ।