ସଂଖ୍ୟାଲଘୁ ଶାଖା ସଭାନେତ୍ରୀ ଜସ୍ମିନ୍ ସେଖଙ୍କୁ ରାଜ୍ୟ ସଂପାଦିକା ଦାୟିତ୍ୱ ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପୂର୍ବତନ ଯୁବ ଉପସଭାନେତ୍ରୀ ତଥା ଗଜପତି ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାନେତ୍ରୀ ଜସ୍ମିନ୍ ଶେଖଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସଂପାଦିକା (ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା। ଜଣାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ କାର୍ଯ୍ୟନିର୍ବାହୀ କମିଟି, ପରାମର୍ଶଦାତା କମିଟି, କୋଷାଧ୍ୟକ୍ଷ, ଉପ ସଭାପତି, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ଆଦି ନୂତନ ପଦାଧିକାରୀ ତାଲିକା ସୂଚୀ ଜାରି ହୋଇଛି, ଭାରତୀୟ ଜାତୀୟ କଂଗ୍ରେସର ମାନ୍ୟବର ସଭାପତି ଶ୍ରୀ ମାଲ୍ଲିକାର୍ଜୁନ୍ ଖଡଗେ ଉକ୍ତ ତାଲିକା ସୂଚୀକୁ ଅନୁମୋଦିତ କରିଛନ୍ତି।
ଉକ୍ତ ଅନୁମୋଦିତ ନୂତନ ପଦାଧିକାରୀ ତାଲିକା ରେ ପୂର୍ବତନ ଯୁବ ଉପ ସଭାନେତ୍ରୀ ଏବଂ ଗଜପତି ଜିଲ୍ଲା ସଂଖ୍ୟା ଲଘୁ ଶାଖା ସଭାନେତ୍ରୀ ଏବଂ ମହିଳା ନେତ୍ରୀ ଜସ୍ମିନ୍ ଶେଖଙ୍କୁ ପ୍ରଦେଶ କଂଗ୍ରେସ କମିଟିର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସମ୍ପାଦିକା (ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଜସ୍ମିନ୍ ସେଖଙ୍କ ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା, ସାଂଗଠନିକ ଦକ୍ଷତା ଓ ନେତୃତ୍ୱ ଗୁଣ ନିଶ୍ଚିତ ଭାବେ ପ୍ରଦେଶ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ ବୋଲି ଆଦି ସବୁକୁ ଦୃଷ୍ଟିରେ ରଖି ଜସ୍ମିନ୍ ଶେଖଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଜସ୍ମିନ୍ ଶେଖଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରି ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ପଦବୀ ନ୍ୟସ୍ତ କରା ଯାଇଥିବା ଯୋଗୁଁ ସେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ, ଅଗ୍ରୀୟ ନେତ୍ରୀ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀ ଦଳର ନେତା ରାହୁଲ୍ ଗାନ୍ଧୀ, ଶୀର୍ଷ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ସାଧାରଣ ସମ୍ପାଦକ କେସି ବେନୁଗୋପାଳଙ୍କ ଓ ପିସିସି ପ୍ରଭାରୀ ଲାଲ୍ଜି ଦେଶାଇ, ପୁରୁଖା ନେତା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଏଵଂ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତ୍ୟାଶୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ଏବଂ ଗଜପତି ଜିଲ୍ଲା ଡିସିସି ସଭାପତି ଶଙ୍କର ପ୍ରଧାନ ପ୍ରଭୃତି ସମସ୍ତଙ୍କୁ ନୂତନ ପଦାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନେତ୍ରୀ ଜସ୍ମିନ୍ ଶେଖ୍ ନିଜର ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ।


