ସିଏଏ, ଏନ୍‌ଆରସି ଓ ଏନପିଆର ବିରୋଧରେ ପ୍ରସ୍ତାବ ଆଣିବାର ଆବଶ୍ୟକତା ନାହିଁ : ଅଜିତ୍‌ ପାଓ୍ବାର

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ୍‌ ପାଓ୍ବାର ନାଗରିକତା ସଂଶୋଧନ ଆଇନକୁ ନେଇ ଏକ ବୟାନ ଦେଇଛନ୍ତି । ଅଜିତ୍‌ କହିଛନ୍ତି ଯେ, ସିଏଏ, ଏନ୍‌ଆରସି, ଏନପିଆରକୁ ନେଇ ରାଜ୍ୟର ଲୋକଙ୍କୁ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେହିପରି ଏହି ତିନି ଆଇନ ବିରୋଧରେ ବିଧାନସଭାର ବି ପ୍ରସ୍ତାବ ଆଣିବାର ଆବଶ୍ୟକତା ମଧ୍ୟ ନାହିଁ । କିଛି ଲୋକେ ଏହି ପ୍ରସଙ୍ଗରେ ମିଥ୍ୟା ସୂଚନାକୁ ବଢାଇ ଆଲୋଚନା କରୁଛନ୍ତି । ଏହି ଆଇନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅଜିତ୍ ପାଓ୍ବାର । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମଧ୍ୟ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ ସିଏଏକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ