ବଜ୍ରପାତରେ ୨ ମହିଳା ଗୁରୁତର
ହିଂଜିଳିକାଟୁ, (ଶେଷଦେବ ସାହୁ): ବୁଧବାର ଦିନ ତମାମ ଗ୍ରୀଷ୍ମର ପ୍ରକୋପ ଜାରୀ ରହିଥିବା ବେଳେ ଅପରାହ୍ନ ପ୍ରାୟ ୫ ଟାରେ କାଳବୈଶାଖି ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ବୋହିବା ସହ ଆକାଶରେ ବିଜୁଳି ଚମକିଥିଲା । ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ମହିଳା ଗୁରୁତର ଆହାତ ହୋଇଛନ୍ତି । ଆହତ ମହିଳା ଦ୍ୱୟ ହେଲେ ହିଂଜିଳି ଥାନା ତହଁର ଗ୍ରାମର ନିବାଶି ସାହୁ (୫୦) ଓ ବ୍ରାହ୍ମଣଛାଇ ଗ୍ରାମର ସଶି ଆପଟ (୫୫) । ସ୍ଥାନୀୟ ଗ୍ରାମବାସୀ ଗୁରୁତର ମହିଳା ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ନିବାଶିଙ୍କଅବସ୍ତା ସଙ୍କଟାପନ୍ନ ଥବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରୟହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ନିବାଶି ପରିବା ଫସଲରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ତହଁର ଋଷିକୂଲ୍ୟା ସେତୁ ଉପରେ ଠିଆ ହୋଇଥିବା ବେଳେ ବଜ୍ରପାତ ଘଟିବାରୁ ଗୁରୁତର ଆହତ ହୋଇଥିଲେ । ସେହିପରି ସଶି ଘରର ବାରପଷଯ କାର୍ଯ୍ୟ କରୁଥିବା ବେଳେ ବଜ୍ରପାତ ଘଟିବାରୁ ଗୁରୁତର ଆହତ ହୋଇଥିଲେ ।