୭୩,୭୪ ଓ ୭୬ନଂ ପାଣି ପଞ୍ଚାୟତର ସଭାପତି ସମ୍ପାଦକ ନିର୍ବାଚନ
ହାଟଡ଼ିହି : ବିଦ୍ୟାଧରପୁର ଜଳସେଚନ ଉପଖଣ୍ଡର ୭୩ନଂ ,୭୪ ଓ ୭୬ନଂ ପାଣିପଞ୍ଚାୟତର ସଭାପତି ଓ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେବଳ ଜଣେ ଲେଖାଏଁ ପ୍ରାର୍ôଥ ନାମାଙ୍କନପତ୍ର ଦାଖଲ କରିବାରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ôଥମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୭୬ନଂ ବନ୍ଦେ ପୁରୁଷୋତ୍ତମ ପାଣିପଞ୍ଚାୟତର ସଭାପତି ପଦପାଇଁ ଆଦିକନ୍ଦ ନାୟକ, ସମ୍ପାଦକ ପଦପାଇଁ ନିରଞ୍ଜନ ମହାପାତ୍ର (ରଞ୍ଜନ), କୋଷାଧ୍ୟକ୍ଷ ପଦ ପାଇଁ ସଞ୍ଜୟ କୁମାର ପାତ୍ର ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୭୪ନଂ ବଟେଶ୍ୱର ପାଣିପଞ୍ଚାୟତର ସଭାପତି ପଦପାଇଁ ରବିନ୍ଦ୍ର କୁମାର ସାହୁ, ସମ୍ପାଦକ ପଦପାଇଁ ଅଜୟ କୁମାର ସାହା, କୋଷାଧ୍ୟକ୍ଷ ପଦପାଇଁ ଅନ୍ତର୍ଯ୍ୟାମୀ ସାହୁ ନାମଙ୍କନପତ୍ର ଦାଖଲ କରିଥିଲେ । ସେହିପରି ୭୩ନଂ ମା ଜାଗୁଳାଇ ପାଣିପଞ୍ଚାୟତର ସଭାପତି ପଦପାଇଁ ରମେଶ ଚନ୍ଦ୍ର ଜେନା, ସମ୍ପାଦକ ପଦପାଇଁ ଶ୍ରୀକାନ୍ତ ସେନାପତି, କୋଷାଧ୍ୟକ୍ଷ ପଦପାଇଁ ବିମ୍ବାଧର ଜେନା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହିସବୁ ପଦବୀ ପାଇଁ ଅନ୍ୟକେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ସମସ୍ତ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କନିଷ୍ଠଯନ୍ତ୍ରୀ ସେନାପତି ନାୟକ ଘୋଷଣା କରିବା ସହିତ ବିଜୟୀ ପ୍ରାର୍ଥୀ ମାନଙ୍କୁ ପ୍ରମାଣପତ୍ର , ପୁଷ୍ପଗୁଚ୍ଛ ପାଣିପଞ୍ଚାୟତ ପୁସ୍ତିକା ପ୍ରଦାନ କରିଛନ୍ତି । ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ ।


