ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ୭ ନାବାଳକ ଅଟକ

ଗୌହାଟୀ : ଆସାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୭ ଜଣ ନାବାଳକ ଛାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଛାତ୍ରୀ ଜଣକ ନିଜର ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଉକ୍ତ ୭ ସହପାଠୀ ତାଙ୍କୁ ପାର୍ଟି ବାହାନାରେ ନେଇ ବଳାତ୍କାର କରିଥିଲେ । ଏନେଇ ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଏହି ୭ ନାବାଳକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ