ରାଶି ଅନୁସାରେ ଗାଡ଼ିର ରଙ୍ଗ
ସାଧାରଣତଃ ଯାନବାହାନ କିଣିବା ପୂର୍ବରୁ ଆମେ ଜ୍ୟୋତିଷଶାସ୍ତ୍ର ଅନୁକରଣ କରିଥାଉ । ରାଶି ଅନୁସାରେ କେଉଁ ରଙ୍ଗର ଗାଡି କିଣିଲେ ଭଲ ହୋଇଥାଏ । ସେ ନେଇ ଆମେ ଜ୍ୟୋତିଷ ଶାସ୍ତ୍ର ବିଷାରଦଙ୍କ ପରାମର୍ଶ ନେଉ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ଗାଡି କିଣିବା ଉଚିତ ।
ମେଷ:ଏହି ରାଶିର ଲୋକେ ନୀଳ ରଙ୍ଗର ଗାଡ଼ି କିଣନ୍ତୁ । କଳା ଓ ବ୍ରାଉନ ରଙ୍ଗ ଗାଡିରୁ ଦୂରେଇ ରୁହନ୍ତ । ଗାଡ଼ିରେ ହନୁମାନଙ୍କ ଫଟୋ ଲଗାନ୍ତୁ ।
ବୃଷ: ଏହି ରାଶିର ଲୋକେ ଧଳା ରଙ୍ଗର ଗାଡ଼ି କିଣନ୍ତୁ । ଲାଲ ରଙ୍ଗର ଗାଡ଼ିଠାରୁ ଦୁରେଇ ରୁହନ୍ତୁ । ଗାଡ଼ିରେ ଶିବଙ୍କ ଫଟୋ ରଖନ୍ତୁ ।
ମିଥୁନ: ଏହି ରାଶିର ବ୍ୟକ୍ତିମାନେ ସବୁଜ ରଙ୍ଗର ଗାଡ଼ି କିଣନ୍ତୁ । ଯଦି ପାରୁଛନ୍ତି ଗାଡିରେ ଭଗବାନ ଗଣେଶଙ୍କ ଫଟୋ ଅବା ମୂର୍ତ୍ତି ରଖନ୍ତୁ ।
କର୍କଟ: ଧଳା ଓ ଲାଲ ରଙ୍ଗର ଗାଡ଼ି ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଲ ହୋଇଥାଏ । ଗାଡ଼ିରେ ହନୁମାନଙ୍କ ଫଟୋ ଲଗାନ୍ତୁ ।
ସିଂହ: ଏମାନଙ୍କ ପାଇଁ ଧୂସର ଶେଡସ୍ ରଙ୍ଗର ଗାଡ଼ି ଶୁଭ ହୋଇଥାଏ । ଗାଡିରେ ଗାୟତ୍ରୀ ମନ୍ତ୍ର ଲେଖି ଲଗାନ୍ତୁ ।
କନ୍ୟା: ଧଳା ଓ ନୀଳ ରଙ୍ଗ ଗାଡ଼ି ଏମାନଙ୍କ ପାଇଁ ଭଲ ହୋଇଥାଏ । ଲାଲ ରଙ୍ଗର ଗାଡ଼ିଠାରୁ ଦୂରେଇ ରୁହନ୍ତୁ । ଗାଡ଼ିରେ ଭଗବାନ କୃଷ୍ଣଙ୍କ ଫଟୋ ରଖନ୍ତୁ ।
ତୁଳା: ଏହି ରାଶିର ଲୋକେ କଳା ଓ ନୀଳ ରଙ୍ଗର ଗାଡ଼ି କିଣନ୍ତୁ । ଗାଡ଼ି ଆଗରେ ଏକ ଛୋଟ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ ।
ବିଛା: ଏହି ରାଶିର ବ୍ୟକ୍ତି ଧଳା ରଙ୍ଗର ଗାଡ଼ି କିଣନ୍ତୁ । କଳା ରଙ୍ଗର ଗାଡ଼ି କିଣନ୍ତୁ ନାହିଁ । ଗାଡ଼ିରେ ଶିବଙ୍କ ଫଟୋ ଲଗାନ୍ତୁ ।
ଧନୁ: ଏହି ରାଶିର ବ୍ୟକ୍ତି ଲାଲ ଓ ସିଲଭର ରଙ୍ଗର ଗାଡ଼ି କିଣନ୍ତୁ । କଳା ଓ ସବୁଜ ରଙ୍ଗର ଗାଡ଼ିଠାରୁ ଦୂରେଇ ରୁହନ୍ତୁ । ଗାଡ଼ିରେ ହନୁମାନ ଚାଳିଶା ବହି ରଖନ୍ତୁ ।
ମକର: ଧଳା ଓ ଗ୍ରେ ରଙ୍ଗର ଗାଡ଼ି ଏହି ରାଶିର ଲୋକେ କିଣନ୍ତୁ । ଲାଲ ଓ ସବୁଜ ରଙ୍ଗର ଗାଡ଼ିଠାରୁ ଦୂରେଇ ରୁହନ୍ତୁ । ଗାଡ଼ିରେ ହନୁମାନ ଚାଳିଶା ବହି ରଖନ୍ତୁ ।
କୁମ୍ଭ: ସବୁଜ, ଧଳା ଓ ଗ୍ରେ ରଙ୍ଗର ଗାଡ଼ି ଏମାନଙ୍କ ପାଇଁ ଭଲ ହୋଇଥାଏ । ଗାଡ଼ିରେ ଶିବଙ୍କ ମୂର୍ତ୍ତି ଅବା ଫଟୋ ରଖିବାକୁ ଭୁଲନ୍ତୁ ନାହିଁ ।
ମୀନ: ଏହି ରାଶିର ଲୋକେ ସୁନେଲୀ, ହଳଦିଆ କିମ୍ବା ଧଳା ଗାଡ଼ି କିଣନ୍ତୁ । ଗାଡ଼ିରେ ହନୁମାନ ଫଟୋ ନିହାତି ରଖନ୍ତୁ ।