ବିସ୍ଫୋରଣ ଘଟି ୩ ନାବାଳକ ଆହତ

ହିଞ୍ଜିଳିକାଟୁ:ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ଡିଟୋନେଟର ବିସ୍ଫୋରଣରୁ ଏପରି ହୋଇଥିବା କୁହାଯାଉଛି। ଆହତମାନେ ହେଲେ ବାଦଲ ଗାୈଡ଼(୧୦), ନାରାୟଣ ଗାୈଡ(୧୨) ଓ ଶ୍ରୀଧର ଗାୈଡ଼(୧୦)। ବିସ୍ଫୋରଣରେ ବାଦଲଙ୍କ ହାତର ଆଙ୍ଗୁଠି ଉଡ଼ିଯାଇଛି। ବିସ୍ଫୋରଣ ପରେ ପରିବାର ଲୋକେ ସେମାନଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଗତବର୍ଷ ଜୁଲାଇ ମାସରେ ଆସିକା ଥାନା ମାଗୁରା ଗ୍ରାମ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ଛାତ୍ର ଆହତ ଘଟଣା ପରେ ମଙ୍ଗଳବାର ହିଞ୍ଜିଳିକାଟୁ ଅଞ୍ଚଳରେ ୩ ନାବାଳକ ଆହତ ଘଟଣା ନେଇ ଅବହେଳାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସୋମପୁର ନିକଟ ସିଙ୍ଗିପୁର, ଘୋଡ଼େଇଶୁଣୀ ପାହାଡ଼ରେ ପଥର ଫୁଟାଇବା ପାଇଁ ବହୁଳ ପରିମାଣରେ ଡିଟୋନେଟର ବ୍ୟବହାର ଅଭିଯୋଗ ହେଉଛି। ଡିଟୋନେଟରଗୁଡ଼ିକ ପାହାଡ଼ ନିକଟରେ ଏଣେତେଣେ ପଡ଼ିରହୁଛି। ସୋମପୁରଠାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିଃ (ଓପିଟିସିଏଲ୍‌) ପକ୍ଷରୁ ଗ୍ରୀଡ୍‌ ନିର୍ମାଣ ହେଉଛି। ନିକଟ ପାହାଡ଼ ଓ ଓପିଟିସିଏଲ୍‌ ବିଲ୍‌ଡିଂ ନିର୍ମାଣ ପାଇଁ ବଡ଼ ବଡ଼ ପଥରକୁ କମ୍ପ୍ରେସର ବଦଳରେ ଡିଟୋନେଟର ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ମଙ୍ଗଳବାର ପୂର୍ବାହ୍ନରେ ବାଦଲ, ନାରାୟଣ ଓ ଶ୍ରୀଧର ସେମାନଙ୍କ ଘରର ନିକଟରେ ଓପିଟିସିଏଲ୍‌ ପାଖକୁ ଯାଇ କିଛି ବିସ୍ଫୋରଣ ସାମଗ୍ରୀ ନେଇ ସେଗୁଡ଼ିକୁ ଖେଳୁଥଲେ। ସେଗୁଡ଼ିକୁ ତାର ଲଗାଇ ଡ୍ରାଏଏ ବ୍ୟାଟେରି ସେଲ ସହ ସଂଯୋଗ କରିବାରୁ ତାହା ହଠାତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ନାବାଳକମାନେ ଆହତ ହୋଇଥିଲେ। ପରେ ପରିବାର ଓ ଗ୍ରାମବାସୀ ସେମାନଙ୍କୁ ହିଞ୍ଜିଳିକାଟୁ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ